ମେଷ: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଆର୍ଥିକ ସ୍ଥିତ ସ୍ବଚ୍ଛଳ ରହିବ। ଚାକିରିରେ ବଦଳି ଯୋଗ ଅଛି। ଶଶୁର ଘରୁ କୌଣସି ଖୁସି ଖବର ପାଇବେ। ଜୀବନସାଥୀ ସହିତ ମଧୁର ହେବ।
ବୃଷ: କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ କାମ କରି ଆସୁଥିବାରୁ ପଦୋନ୍ନତି ପାଇବେ। କାମରେ ବ୍ୟସ୍ତ ରହିବା ଯୋଗୁଁ ପରିବାରକୁ କମ୍ ସମୟ ଦେଇପାରିବେ।
ମଥୁନ: ଚାକିରି ବଦଳାଇ ପାଇଁ ପ୍ରୟାସ କରିବେ। ଜୀବନସାଥୀ ସହିତ ମିଶି ଘରର କୌଣସି ଦାୟତ୍ବ ପୂରା କରିବାରେ ସଫଳ ହେବେ। କୌଣସି ପାରିବାରିକ ସମାରୋହରେ ସାମିଲ ହେବାର ମଉକା ପାଇବେ।
କର୍କଟ: ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ଅଚାନକ ଧନପ୍ରାପ୍ତି ହେବ। କିଛି ଲୋକ ଭାଗୀଦାରିରେ ବ୍ୟବସାୟ ଆରମ୍ଭ କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବେ।
ସିଂହ: ଚାକିରିରେ ଉତ୍ତମ ପରିଣାମ ପାଇବେ। ବିରୋଧୀ କିଛି ଅଶାନ୍ତି ସୃଷ୍ଟି କରିବେ। ତେଣୁ ସବଧାନ ରୁହନ୍ତୁ। ରାଜନୀତିରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ବାଇକ୍ କିଣିବା ପାଇଁ ମନସ୍ଥ କରିବେ।
କନ୍ୟା: ସାମାଜରେ କରିଥିବା କାମ ପାଇଁ ଆପଣଙ୍କର ପ୍ରଶଂସା ହେବ। ପରିଶ୍ରମରେ ଭଲ ଧନଲାଭ ହେବାର ସମ୍ଭାବନା। ଚାକିରିଜୀବୀଙ୍କ ଲାଗି ଦିନଟି ବହୁତ ଭଲ । ପାରିବାରିକ ଜୀବନ ସୁଖମୟ ରହିବ।
ତୁଳା: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶରେ କାମ କରିବେ। ସହକର୍ମୀଙ୍କ ସହିତ ସଂପର୍କ ଭଲ ରହିବ। ପାରିବାରିକ ସମସ୍ୟା ନିବାରଣ ହେବା ଯୋଗୁଁ ଆପଣଙ୍କୁ ଶାନ୍ତି ମିଳିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ବିଛା: ଚାକିରିରେ ପଦୋନ୍ନତିର ପ୍ରତୀକ୍ଷା ସମାପ୍ତ ହେବ। ଆପଣ ପୂରା ସାବଧାନୀରେ ସବୁ କାମ କରିବେ। ଆପଣଙ୍କ ଲାଗି ଆର୍ଥିକ ଲାଭର ସ୍ଥିତି ସୃଷ୍ଟି ହେବ। ଘରେ ସୁଖ ସୁବିଧା ବୃଦ୍ଧି ହେବ।
ଧନୁ: ଅନେକ ସାଧନରେ ଲାଭ ହେବାର ସମ୍ଭାବନା। ଚାକିରିରେ ଦରମା ବଢ଼ିପାରେ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ପାରିବାରିକ ଜୀବନ ସୁଖଦ ରହିବ।
ମକର: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଯୋଗ୍ୟତା ଦେଖାଇବେ। ବ୍ୟବସାୟ ଓ ଘରେ ଭଲ ତାଳମେଳ ବଜାୟ ରଖିବେ। ଆର୍ଥିକ ସ୍ଥିତି ଭଲ ରହିବ। ବାଦ ବିବାଦ ଠାରୁ ଦୂରରେ ରୁହନ୍ତୁ। କୌଣସ ପ୍ରକାର ଯାତ୍ରାରେ ଯାଇପାରନ୍ତି।
କୁମ୍ଭ: ପାରିବାରିକ ଜୀବନରେ ଖୁସି ଆସିବ। ଆପଣଙ୍କର ଅନୁଭବ ପ୍ରତିଷ୍ଠାର କାରଣ ହେବ। ବ୍ୟବସାୟ ସମ୍ବନ୍ଧରେ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। ବ୍ୟର୍ଥ ଖର୍ଚ୍ଚ ପାଇଁ ଚିନ୍ତା ବଢ଼ିପାରେ।
ମୀନ: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସମୟ ବାହାର କରିବେ। ଯାହାଦ୍ବାରା ନିର୍ଣ୍ଣୟ ନେବାର କ୍ଷମତା ପ୍ରଭାବିତ ହେବ। ବେପାର ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ।