ମେଷ: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ଜମିବାଡ଼ି ମାମାଲାରେ ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ରାଜନୀତିରେ ସଫଳତା ପାଇବେ। 
ବୃଷ: ଆପଣଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଜରୁରୀ କାମରେ ବନ୍ଧୁର ସାହାଯ୍ୟ ପାଇବେ। କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିବେ। ଶିକ୍ଷାର୍ଥୀଙ୍କ ଧ୍ୟାନ ପାଠପଢ଼ାରେ ଲାଗି ରହିବ। 
ମିଥୁନ: ମନକଥା ମନରେ ରଖନ୍ତୁ। ଅଫିସରେ ବାତାବରଣ ଟିକେ ଅଲଗା ହେବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। 
କର୍କଟ: ପାରିବାରିକ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ଲୋକଙ୍କର ଲାଭ ହେବ। କଠିନ ବିଷୟ ଉପରେ ଶିକ୍ଷକଙ୍କ ସହ ଆଲୋଚନା କରିବେ। 
ସିଂହ: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଅଚାନକ ଧନଲାଭ ହେବ। ପରିବାରରେ ସବୁ ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। 
କନ୍ୟା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କିଛି ନୂଆ ସଂପର୍କ ଆପଣଙ୍କ ଲିଷ୍ଟରେ ଯୋଡ଼ିବେ। ଆମଦାନି ବୃଦ୍ଧି ପାଇଁ ଆପଣଙ୍କ ମସ୍ତିଷ୍କରେ ନୂଆ ଯୋଜନା ଆସିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ। 
ତୁଳା: ବହୁ ଦିନର ସ୍ବପ୍ନ ସାକାର ହେବ। ମହିଳାମାନେ କୌଣସି ବିଶେଷ ଖବର ପାଇବେ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ। ପ୍ରେମୀ ଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ। 
ବିଛା: ସାରାଦିନ ମନରେ ପ୍ରସନ୍ନତା ରହିବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। 
ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବାକୁ ଲାଗି ରହିବେ।
ମକର: ଚାକିରି ବୃତ୍ତିରେ ସଫଳତା ପାଇବେ। ବାପା ମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ବୁଲି ଯିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। 
କୁମ୍ଭ: କୌଣସି ଅସହାୟ ଲୋକଙ୍କ କାମରେ ଆସିବେ। ଅଫିସରେ ଆପଣଙ୍କ କାମକୁ ନେଇ ପ୍ରଶଂସା ହେବ। କଣ୍ଠଶିଳ୍ପୀ କୌଣସି ମଞ୍ଚରେ ପ୍ରଦର୍ଶନର ସୁଯୋଗ ପାଇବେ। ପ୍ରେମ ଜୀବନ ଭଲ ରହିବ। 
ମୀନ: ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/BUe5BkHjJUXcSb02UR7y.jpg)