ମେଷ: କୌଣସି କାମକୁ ପୂରା କରିବା ଲାଗି ଭାଇର ପରାମର୍ଶ ନେବେ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଘରେ ସୁଖଦ ଓ ଭଲ ପରିବେଶ ରହିବ। ମହିଳାମାନେ ନିଜ ବ୍ୟବସାୟରେ ସକ୍ରିୟ ରହିବେ।
ବୃଷ: ଭାବିଥିବା କାମ ନିଜ ବଳରେ ପୂରା କରିବେ। ବେପାରରେ ବେଗ ବଢ଼ିବ ଓ ଧନଲାଭ ହେବ। ସଙ୍ଗୀତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରନ୍ତି। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।
ମିଥୁନ: ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି। କିଛି ଲୋକ ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ବନ୍ଧୁ ଘରୁ ଭଲ ଖବର ପାଇବେ। ପ୍ରେମୀ ଯୁଗଳ ବାହରକୁ ବୁଲି ଯିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
କର୍କଟ: ସମୟ ଆପଣଙ୍କ ଲାଗି ଅନୁକୂଳ ରହିଥିବା ଯୋଗୁଁ ସବୁ କାମ ସହଜରେ ପୂରା ହୋଇଯିବ। ଡ଼ାକ୍ତରଙ୍କ ଲାଗି ଦିନଟି ଭଲ ରହିବ। ପରୀକ୍ଷାରେ ସଫଳତା ଆପଣଙ୍କ ପାଦସ୍ପର୍ଶ କରିବ।
ସିଂହ: ବ୍ୟବସାୟ ସଂପର୍କିତ ବୈଠକରେ ଯୋଗ ଦେବେ। ନିବେଶ କରିବା ପୂର୍ବରୁ ଭଲଭାବେ ଚିନ୍ତା କରି କରନ୍ତୁ। ଭାଇ ଭଉଣୀଙ୍କ ଠାରୁ ଉପହାର ପାଇବେ। ନବ ବିବାହିତ ଦମ୍ପତ୍ତି ଧାର୍ମାନୁଷ୍ଠାନକୁ ବୁଲି ଯିବେ।
କନ୍ୟା: ବ୍ୟବସାୟରେ ମନୋଯୋଗରେ କାମ କରନ୍ତୁ ଲାଭ ପାଇବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। କାରବାରରେ କିଛି ନୂଆ କରିବା ପ୍ରୟାସରେ ସଫଳ ହେବେ। ଜମି ମାମଲାରେ ଲାଭ ପାଇବେ।
ତୁଳା: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ଅବିବାହିତଙ୍କ ଲାଗି ଦିନଟି ଭଲ। ସୃଜନଶୀଳ କାମରେ ମନ ଲଗାଇବେ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘରକୁ କିଛି ବନ୍ଧୁ ଆସି ପାରନ୍ତି।
ବିଛା: ଅଫିସରେ ଦିନଟି ଭଲରେ କଟିବ। କାହାରି ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ଚାକିରି ଖୋଜୁଥିବା ଲୋକ ସଫଳତା ପାଇବେ। ପରିବାରରେ ଖୁସିର ମାହୋଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ଧନୁ: ପାରିବାରିକ ସୌହାର୍ଦ୍ଦ ବଢ଼ିବ। ପରିବାର ଲୋକଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଶାନ୍ତ ମନରେ କାମ କରନ୍ତୁ କାମ ଜଲଦି ପୂରା ହୋଇଯିବ। ରାଜୀନତିରେ ସଫଳତା ପାଇବେ।
ମକର: ପୂର୍ବରୁ ପ୍ରସ୍ତୁତି କରିଥିବା ଯୋଜନା ଅନୁସାରେ କାମ କରନ୍ତୁ କାମ ସହଜରେ ପୂରା ହୋଇଯିବ। ମନୋରଞନରେ ଅଧିକ ଖର୍ଚ୍ଚ କରି ପାରନ୍ତି। କତୃପକ୍ଷ ଆପଣଙ୍କ କାମର ତାଲିକା ତଦାରଖ କରିବେ।
କୁମ୍ଭ: ନୂଆ ପ୍ରୋଜେକ୍ଟରେ ଅଧିକ ଲାଭ ହୋଇପାରେ। କାମର ବୋଝ ଅଧିକ ହେବା ଯୋଗୁଁ ଅଧିକ ଯାତୟାତ କରିବେ। ବ୍ୟବସାୟରେ ନୂଆ ମୋଡ଼ ଆସିବ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।
ମୀନ: ଅସହାୟଙ୍କୁ ସାହାଯ୍ୟ କରିବେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ଆପଣଙ୍କୁ ପ୍ରସନ୍ନ ହେବାର ସୁଯୋଗ ଦେବେ।