ମେଷ:-ଚାକିରିରେ ପଦୋନ୍ନତି ଯୋଗ ଅଛି। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କୁ ବରିଷ୍ଠଙ୍କ ଠାରୁ ପ୍ରୋତ୍ସାହନ ମିଳିବ। କାରବାର ବଢ଼ାଇବା ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ।
ବୃଷ:-କାର୍ଯ୍ୟକ୍ଷେତ୍ରରେ ବନ୍ଧୁର ସଂପୂର୍ଣ୍ଣରୂପେ ସହଯୋଗ ପାଇବେ। ବେପାରରେ କୌଣସି ନୂଆ ସହମତି ହୋଇପାରେ। ନବବିବାହିତ ଦମ୍ପତ୍ତି ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
ମିଥୁନ:-ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ ବଢ଼ିବ। ମାତା ପିତା ଆପଣଙ୍କ କଥାରେ ଖୁବ୍ ପ୍ରଭାବିତ ହେବେ। ସମାଜରେ ଆପଣଙ୍କର ପ୍ରଭାବ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ।
କର୍କଟ:-ପରିବାରରେ କୌଣସି ବ୍ୟକ୍ତିଙ୍କୁ ବଡ଼ ସଫଳତା ମିଳିବ। ଅଫିସ କାର୍ଯ୍ୟରେ ବ୍ୟସ୍ତ ରହିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଦଳ ତରଫରରୁ କୌଣସି ବଡ଼ ଦାୟିତ୍ବ ମିଳିବ।
ସିଂହ:-ଅଫିସରେ କୌଣସି ବଡ଼ କାମ ମିଳିପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
କନ୍ୟା:-ଆପଣଙ୍କ ଲାଗି ଦିନଟି ସକାରାତ୍ମକ ରହିବ। ବ୍ୟବସାୟିକ ଯୋଜନାରେ ଆପଣଙ୍କୁ ସଫଳତା ହାସଲ ହେବ। ପରିବାର ସହିତ ମନ ପସନ୍ଦ ଜାଗାକୁ ବୁଲି ଯିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।
ତୁଳା:-ଆର୍ଥିକ ଦୃଷ୍ଟିରୁ କୌଣସି ବଡ଼ ମହତ୍ବପୂର୍ଣ୍ଣ କାମ କରିବାରେ ସଫଳ ହେବେ। ଛୋଟ ଛୋଟ କଥାରେ ଅନାବଶ୍ୟକ ତର୍କବିତର୍କ କରନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରି ସହିତ ତାଳମେଳ ରଖି ଆଗକୁ ବଢ଼ନ୍ତୁ।
ବିଛା:-ପାରିବାରିକ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆପଣଙ୍କର ସଂପର୍କ ବରିଷ୍ଠ ଏବଂ ଅନୁଭବୀ ବ୍ୟକ୍ତିଙ୍କ ସହିତ ହେବ। ବେପାରରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ।
ଧନୁ:-ଚାକିରି ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ଅଣହେଳା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଲକ୍ଷ୍ୟପ୍ରାପ୍ତି ଲାଗି ନିରନ୍ତର ସକ୍ରିୟ ରହିବେ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିପାରେ।
ମକର:-ନିଜର ବ୍ୟବସାୟିକ ଯୋଜନା ପରିବର୍ତ୍ତନ କରିବେ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ। ନୂଆ ଘର କିଣିବା ଲାଗି ବିଚାର କରିବେ। ବନ୍ଧୁମାନଙ୍କ ସହିତ ମନୋରଞନର ଅବସର ପାଇବେ।
କୁମ୍ଭ:-ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ। ବେପାରୀଙ୍କ ଲାଗି ଲାଭର ଯୋଗ ଅଛି। ଘର ଠାରୁ ଦୂରରେ ରହି ଚାକିରି କରୁଥିବା ଲୋକ ପରିବାର ଠାରୁ ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମୀନ:-ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଚାକିରି ବଦଳାଇବା ପାଇଁ ବିଚାର କରିବେ। ଜମିରେ ନିବେଶ କରିପାରନ୍ତି। କାର୍ଯ୍ୟରେ ପରିବାରଜନଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କୁ ପ୍ରସନ୍ନତା ହେବ।