ମେଷ:-ଆପଣଙ୍କ କାମରେ ଆତ୍ମବିଶ୍ବାର ଝଲକ ଦେଖାଦେବ। ସ୍ଥଗିତ ଥିବା କାମ ନିଜ ଲୋକଙ୍କ ମାଧ୍ୟମରେ ପୂରା ହେବ। ବିରୋଧୀ ପକ୍ଷ ଦୂରତ୍ବ ବନାଇ ରହିବେ। ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧୀୟ ଶୁଭ ଖବର ପାଇବେ।

Advertisment

ବୃଷ:-ବ୍ୟବସାୟୀ ନିଜ ଯୋଜନା ଗୁପ୍ତ ରଖନ୍ତୁ, ସଫଳତା ଜରୁର ହାସଲ ହେବ। କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ବନ୍ଧୁ ସହିତ ଯିବାକୁ ଥିବା ଭ୍ରମଣର ଯୋଜନା ବାତିଲ ହେବ।

ମିଥୁନ:-କୌଣସି ପ୍ରଶ୍ନର ଉତ୍ତର ପାଇଯିବେ। କାମରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ଜୀବନ ଭଲ ରହିବ।

କର୍କଟ:-ଜୀବନସାଥୀ କିଛି ଏଭଳି କାମ କରିବେ ଯାହା ଦେଖି ଆପଣଙ୍କ ମନ ପ୍ରସନ୍ନ ହୋଇଯିବ। ଧନଲାଭର ଯୋଗ ଅଛି। କାରବାରରେ ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭପ୍ରଦ ହେବ।

ସିଂହ:-କାମରେ କରି ଆସୁଥିବା କଠିନ ପରିଶ୍ରମ ଫଳଦାୟୀ ସିଦ୍ଧି ହେବ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଘରକୁ ଆସି ପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ଦବଦବା ରହିବ।

କନ୍ୟା:-ବୁଦ୍ଧିମତ୍ତାରେ କାମ କରନ୍ତୁ ଯଥେଷ୍ଟ ଲାଭ ପାଇବେ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ବେପାରରେ ଉନ୍ନତି ହେବ।

ତୁଳା:-ଆଖପାଖର ଲୋକ ଆପଣଙ୍କ ଉପରେ ଖୁସି ରହିବେ। କାମ ପ୍ରତି ସଚେତ ରୁହନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିପାରନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଆର୍ଥିକ ଲାଭ ହେବ।

ବିଛା:-ମନ ଆଧ୍ୟାତ୍ମିକରେ ଲାଗି ରହିବ। ନୂଆ ବେପାରରେ ବାପା ମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ନବ ବିବାହିତ ଦମ୍ପତ୍ତି ସାମାଜିକ ସମାରୋହକୁ ଯାଇ ପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ଧନୁ:-କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ବ୍ୟର୍ଥ କାମ ଠୁ ନିଜକୁ ଦୂରରେ ରଖନ୍ତୁ। କଲେଜ ବନ୍ଧୁ ସହିତ ହସ ମଜାକ କରିବେ। ନିଜର ବିବାହ ସମ୍ବନ୍ଧରେ ଘର ଲୋକଙ୍କ ସହିତ କଥା ହୋଇ ଭଲ ପ୍ରତିକ୍ରିୟା ପାଇବେ।

ମକର:-ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ପକ୍ଷ ସୁଦୃଢ଼ ହେବ। ମହିଳା ଜୀବନସାଥୀ ଠାରୁ ଉପହାର ପାଇବେ। ବଦଳି ପାଇଁ କରିଥିବା ଆବେଦନ ସ୍ବୀକାର ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ସତେଜ ରହିବ।

କୁମ୍ଭ:-ଧୈର୍ଯ୍ୟଧରି ରୁହନ୍ତୁ, ସମୟ ସହିତ ଚାଲନ୍ତୁ। ଅସୁବିଧାକୁ ଦ୍ରୁତଗତିରେ ମୁକାବିଲା କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ। ଜୀବନସାଥୀ ଠୁ କୌଣସି ଜରୁରୀ କାମରେ ସାହାଯ୍ୟ ପାଇବେ।

ମୀନ:-ବେପାରରେ ଧନଲାଭ ଯୋଗ ଅଛି। ଜମି ସଂପର୍କିତ ବଡ଼ ମାମଲା ସମାଧାନ ହୋଇଯିବ। ଆପଣଙ୍କର ମାନ ସମ୍ମାନ ବଢ଼ିବ। ଭାଗୀଦାରିରେ କାରବାର କରିବା ଲଗି ଦିନଟି ଭଲ। ଘରେ ସୁଖ ସୁବିଧା ବୃଦ୍ଧି ହେବ।