ମେଷ: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସ ପରିବେଶ ବଦଳିଯିବ।
ବୃଷ: ମାନସିକ ସ୍ଥିତି ଭଲ ରହିବ। ଜୀବନକୁ ନୂଆ ଦିଶା ଦେବାପାଇଁ ଭାବି ପାରନ୍ତି। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ନିର୍ଦ୍ଧାରିତ ସମୟ ଭିତରେ କାମ ସଂପୂର୍ଣ୍ଣ କରିବେ।
ମିଥୁନ: ଦିନଟି ଉତ୍ସାହ ଭରା ରହିବ। ରାଜନେତା ଲୋକମାନଙ୍କୁ ସାହାଯ୍ୟ କରିବେ। ପନିପରିବା ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ମଧୁମେହ ରୋଗୀଙ୍କୁ ଆରାମ ମିଳିବ।
କର୍କଟ: ସମାଜରେ ଭଲ କାମ ପାଇଁ ସମ୍ମାନିତ ହୋଇପାରନ୍ତି। ଓକିଲଙ୍କ ଲାଗି ଭଲ ଦିନଟିଏ। ବିରୋଧୀଙ୍କ ସହ ବିବାଦ ସମାପ୍ତ ହୋଇଯିବ। ଅଧୁରା ସରକାରୀ କାମ ପୂରା ହୋଇଯିବ।
ସିଂହ: ବେପାରରେ ଆପଣଙ୍କର ଯଥେଷ୍ଟ ଲାଭ ହେବ। ଘରୋଇ ଉଦ୍ୟୋଗର କର୍ମଚାରୀଙ୍କ ଲାଗି ଭଲ ଦିନଟିଏ। ରାଜନେତା କୌଣସି ସମାରୋହକୁ ଯାଇପାରନ୍ତି।
କନ୍ୟା: ପୁଞ୍ଜି ନିବେଶ ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। ଆତ୍ମବିଶ୍ବାସ ଆପଣଙ୍କୁ ସଫଳ କରାଇବ। କଣ୍ଠଶିଳ୍ପୀଙ୍କର କୌଣସି ଗୀତ ଲୋକମାନଙ୍କୁ ପସନ୍ଦ ହେବ।
ତୁଳା: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ନୂଆ କାମ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ସକାରାତ୍ମକ ଚିନ୍ତା ଆପଣଙ୍କୁ ଅଶାନ୍ତିରୁ ଆଶ୍ବସ୍ତି ଦେବ।
ବିଛା: ପରିବାର ଲୋକଙ୍କ ସାହାଯ୍ୟ ଆପଣଙ୍କ ମନବଳ ବଢ଼ାଇବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ଖେଳାଳି ନିଜର ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ।
ଧନୁ: ନିକଟ ସଂପର୍କୀୟଙ୍କୁ ସାହାଯ୍ୟ କରିବେ। ଅଫିସ କାମରେ ମନ ଲାଗିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଷ୍ଟକ୍ ଓ ମ୍ୟୁଚୁଆଲ ଫଣ୍ଡ୍ରେ ନିବେଶ ଲାଭଦାୟକ।
ମକର: ଦୂରସଂଚାର କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଲାଗି ଭଲ ଦିନଟିଏ। ଘରକୁ ବନ୍ଧୁ ଆସିବେ। ବୁଲି ଯିବାର ଯୋଜନା କରିବେ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ।
କୁମ୍ଭ: ଦୂର ସ୍ଥାନକୁ ଯିବାର ଯୋଗ ଅଛି। ସ୍କୁଲ ଜୀବନର ସାଙ୍ଗ ସହ ଦେଖା ହେବ। ଆପଣଙ୍କ ବାଣୀରେ ମଧୁରତା ବଜାୟ ରହିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଙ୍କୁ ସୁଫଳ ମିଳିବ। ମାଆ ଠାରୁ କିଛି ନୂଆ ଶିଖିବାକୁ ପାଇବେ। ଅଫିସରେ ନିଜ କାମରେ ଧ୍ୟାନ ଦିଅନ୍ତୁ।