publive-imageମେଷ: ଆପଣ ସୁସ୍ଥ ସବଳ ଅନୁଭବ କରିବେ। ଅଧିକାରୀଙ୍କ ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ବନ୍ଧୁ ସହଯୋଗରେ ଆପଣଙ୍କ କାମ ସଂପୂର୍ଣ୍ଣ ହେବ।

Advertisment

publive-imageବୃଷ: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ନୂଆ କୌଶଳରେ କାମ ସମାପ୍ତ କରିପାରନ୍ତି। ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିପାରେ।

publive-imageମିଥୁନ: କାମରେ ଖୁବ୍ ସକ୍ରିୟ ରହିବେ। ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ।

publive-imageକର୍କଟ: କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶଂସା କରିବେ।

publive-imageସିଂହ: ଆପଣଙ୍କର ଏଭଳି ଲୋକଙ୍କ ସହ ଭେଟ ହେବ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଛାତ୍ରଙ୍କର ବନ୍ଧୁଙ୍କ ସହିତ ମିଳାମିଶା ବଢ଼ିବ।

publive-imageକନ୍ୟା: ଆପଣଙ୍କ ଧ୍ୟାନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ। ଆପଣ ଲୋକମାନଙ୍କ କଥା ଶୁଣିବାକୁ ପସନ୍ଦ କରିବେ। କାରବାରରେ ଆପଣଙ୍କର ଲାଭ ହିଁ ଲାଭ ହେବ।

publive-imageତୁଳା: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଚାକିରିଆଙ୍କୁ ଖୁସି ଖବର ମିଳିପାରେ। ଧାର୍ମିକ ସ୍ଥାନକୁ ଯିବା ପାଇଁ ଯୋଜନା ତିଆରି କରିବେ।

publive-imageବିଛା: କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ସମାଜରେ ଆପଣଙ୍କର ଗୁରୁତ୍ବ ବଢ଼ିବ। ଗୃହିଣୀମାନେ ଘରୋଇ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି।

publive-imageଧନୁ: ଧର୍ମ ଉପରେ ଆସ୍ଥା ବଢ଼ିବ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

publive-imageମକର: ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହୋଇପାରେ। ଉପାର୍ଜନ ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନ ମିଳିବ।

publive-image

କୁମ୍ଭ: କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇପାରନ୍ତି। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ଖୁସି ଖବର ମିଳିବ।

publive-imageମୀନ: ଅଫିସରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପରିବାରିକ ଜୀବନ ଶାନ୍ତିମୟ ହେବ।