ଜାଣିଥା’ନ୍ତୁ ଯେ, ଆପଣଙ୍କ ଜିଭର ରଙ୍ଗ ଓ ସଙ୍କେତ ଜଣାଇଥାଏ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ। ଜାଣନ୍ତୁ ଜିଭର ରଙ୍ଗ ଓ ସଙ୍କେତ କିପରି ଦେଖାଗଲେ ତାହା କେଉଁ ପ୍ରକାରର ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି ଆପଣ।

Advertisment

publive-image

publive-image

ସାଧାରଣତଃ ଯେଉଁ ବ୍ୟକ୍ତିଙ୍କ ଜିଭର ରଂଗ ହାଲ୍‌କା ଗୋଲାପି ଏବଂ ସେଥିରେ କୌଣସି ଦାଗ ଦେଖା ଯାଇ ନ ଥାଏ, ତେବେ ତାହା ସୁସ୍ଥ ଜିଭ ହୋଇଥାଏ।

publive-image

ଯଦି ଆପଣ ଖାଉଥିବା ଔଷଧ ପାର୍ଶ୍ୱପ୍ରତିକ୍ରିୟା ହେଉଛି ତେବେ ଜିଭର ରଙ୍ଗ ବାଇଗଣୀ ହୋଇଯିବ।

publive-image

ଜିଭ ଯଦି ଗାଢ଼ା ଲାଲ୍‌ ରଙ୍ଗ ହୋଇଛି ତେବେ ଆପଣଙ୍କୁ ଥଣ୍ଡା କିମ୍ବା ଅନ୍ୟ କିଛି ସଂକ୍ରମଣ ହୋଇଛି। ଏଥିସହିତ ଏହା ମଧ୍ୟ ଭିଟାମିନ୍‌ ବି ଏବଂ ଆଇରନ୍‌ ଅଭାବର ସଙ୍କେତ ହୋଇଥାଏ।

publive-image

ଜିଭରେ ହଳଦିଆ ରଂଗ ଦେଖାଯିବା ହେଉଛି ଥଣ୍ଡା ଜ୍ୱର ଜନିତ ସମସ୍ୟାର ସୂଚନା। ଭାଇରାଲ୍‌ ସଂକ୍ରମଣ ଓ ଅନ୍ତଃନଳୀ ସମସ୍ୟା ମଧ୍ୟ ଜିଭର ରଙ୍ଗକୁ ହଳଦିଆ କରିଥାଏ। ଏହା ବ୍ୟତୀତ ଆପଣଙ୍କଠାରେ ଭିଟାମିନ୍‌ ୧୨ର ଅଭାବ ହେଲେ ମଧ୍ୟ ଜିଭ ହଳଦିଆ ରଙ୍ଗର ହୋଇଯାଏ।

publive-image

ଯଦି ଜିଭରେ ଛୋଟ ଛୋଟ କଟାଯାଇଥିବା ଭଳି ଚିହ୍ନ ଦେଖାଦିଏ, ତେବେ ଜାଣନ୍ତୁ ଯେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମି କମି ଯାଉଛି। ଏମିତିରେ ଆପଣ ଯଥାସମ୍ଭବ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ।

publive-image

ଯଦି ଆପଣଙ୍କ ଜିଭରେ ଧଳା ରଙ୍ଗର ମୋଟା ଲେୟର୍‌ ଗୋଟେ ପଡ଼ିଛି, ତା’ହେଲେ ଏହା ଖରାପ ପାଚନକ୍ରିୟା ଓ ଏସିଡିଟିର ସଙ୍କେତ ଅଟେ। ଏହା ଭାଇରଲ୍‌ ଇନ୍‌ଫେକ୍‌ସନ୍‌ର ସଙ୍କେତ ମଧ୍ୟ ହୋଇପାରେ।

publive-image

ଯଦି ଜିଭର ରଙ୍ଗ ହାଲ୍‌କା ହଳଦିଆ ହୋଇଯାଇଛି, ତେବେ ସଚେତନ ହୁଅନ୍ତୁ। କାରଣ ଏହା – ରକ୍ତହୀନତା, ଦୁର୍ବଳତା ଓ ନିଦ୍ରାହୀନତା ଆଦିର ସଙ୍କେତ ହୋଇଥାଏ।