ଲୋକେ ସକାଳେ ଦାନ୍ତ ଘଷନ୍ତି ଓ ଜିଭ ସଫା କରନ୍ତି। କିନ୍ତୁ ଯଦି ଆପଣ ଜିଭ ଉପରେ ଯଥେଷ୍ଟ ଧ୍ୟାନ ନ ଦେବେ,ତେବେ କେତେକ ରୋଗର  ଶିକାର ହୋଇପାରନ୍ତି। ଏହା ଛଡ଼ା ମୁହଁରେ ଦୁର୍ଗନ୍ଧଜନିତ ସମସ୍ୟା ଉପୁଜିପାରେ। ଏଣୁ ଜିଭକୁ ଭଲ ଭାବେ ସଫା କରିବା ଉଚିତ। ଏବେ ଜାଣନ୍ତୁ ଜିଭକୁ ଭଲଭାବେ ସଫା କରିବେ କିପରି-

Advertisment

ଜିଭରେ ଲୁଣ ପକାଇ ଟୁଥ୍‌ ବ୍ରସରେ ଭଲଭାବେ ଘଷନ୍ତୁ। ଏହି ପ୍ରକ୍ରିୟା ରାତିରେ ଶୋଇବା ପୂର୍ବରୁ କରିଲେ ଭଲ। ତା’ ଛଡ଼ା ଶୋଇବା ଆଗରୁ ଗରମ ଲୁଣ ପାଣିରେ ପାଟିକୁ ସଫା କରିଲେ ଭଲ।

ଭୋଜନ ପରେ ଖାଦ୍ୟରେ କିଛି ଅଂଶ ଜିଭ ଉପରେ ଲାଗିଥାଏ।ଏଣୁ ମାଉଥଓ୍ଵାସର ପ୍ରୟୋଗ କରନ୍ତୁ। ଜିଭରେ ମଇଳା ଲାଗି ଥିଲେ ଦହିର ଉପଯୋଗ କରନ୍ତୁ। ଦହିକୁ ପେଷ୍ଟ ଭଳି ଆଙ୍ଗୁଠିରେ ଲଗାନ୍ତୁ ଓ ତାକୁ ଜିଭ ଉପରେ ଘଷନ୍ତୁ। ତା’ପରେ ପାଟିରେ ପାଣି ରଖି କୁଳୁକୁଞ୍ଚା କରନ୍ତୁ।

publive-image

ହଳଦୀ ଗୁଣ୍ଡରେ ଲେମ୍ବୁରସ ମିଶାଇ ଜିଭ ଉପରେ ମାଲିସ୍‌ କରନ୍ତୁ। ତା’ପରେ ଉଷୁମ ପାଣିରେ କୁଳୁକୁଞ୍ଚା କରନ୍ତୁ। ନଡ଼ିଆ ତେଲ ବି ଏଥିପାଇଁ ଉପାଦେୟ। ଜିଭରେ ନଡ଼ିଆ ତେଲ ଘଷିଲେ ଜିଭ ଉପରେ ଥିବା ମଇଳାରୁ ରକ୍ଷା ମିଳିଥାଏ।