ଜାଣନ୍ତି ! ମାତ୍ରାଧିକ ଗୁଡ଼ ଖାଇବା, ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କେଉଁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ଆମ ଭିତରୁ କିଛି ଲୋକ ଅଛନ୍ତି, ଯେଉଁମାନେ ଚିନି ଅପେକ୍ଷା ଗୁଡ଼ ଖାଇବାକୁ ଭଲ ପାଆନ୍ତି। ସେମାନେ ଭାବନ୍ତି ଏହା ଅଧିକ ସ୍ୱାସ୍ଥ୍ୟପ୍ରଦ। ଆୟୁର୍ବେଦରେ ମଧ୍ୟ ଗୁଡ଼କୁ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ମାତ୍ରାଧିକ ଗୁଡ଼ ଖାଇଲେ, ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଆସନ୍ତୁ ଜାଣିବା ମାତ୍ରାଧିକ ଗୁଡ଼ ସେବନ କଲେ, ତାହା ଆମର କି କ୍ଷତି କରିପାରେ

ଓଜନ ବଢିପାରେ: ୧୦୦ ଗ୍ରାମ୍‌ ଗୁଡ଼ରେ ୩୮୫ କ୍ୟାଲୋରି ଥାଏ। ଏଣୁ ଯେଉଁମାନେ ଓଜନ କମ୍‌ କରିବା ପାଇଁ ଡାଏଟିଂ କରନ୍ତି, ସେମାନେ ଗୁଡ଼ ଖାଇବା ଅନୁଚିତ।

ବ୍ଲଡ୍‌ ସୁଗାର ବଢିବାର ଭୟ: ଗୁଡ଼, ଚିନି ଅଧିକ ମିଠା ଓ ପୁଷ୍ଟିକର। କିନ୍ତୁ ଅଧିକ ମାତ୍ରାରେ ଗୁଡ଼ ଖାଇଲେ ବ୍ଲଡସୁଗାର ସମସ୍ୟା ମଧ୍ୟ ଉପୁଜିପାରେ। ମନେ ରଖନ୍ତୁ ୧୦ ଗ୍ରାମ ଗୁଡ଼ରେ ୯.୭ ଗ୍ରାମ୍‌ ଶର୍କରା ଥାଏ।

photo-timesnow

ବଦହଜମିର ଶିକାର ହୋଇପାରନ୍ତି: ଯଦି ତାଜା ଗୁଡ଼ ଖାଆନ୍ତି, ତେବେ ଆପଣ ବଦହଜମିର ଶିକାର ହୋଇପାରନ୍ତି। ଏପରିକି ଆପଣଙ୍କର ତରଳ ଝାଡା ମଧ୍ୟ ହୋଇପାରେ।

ସମ୍ବନ୍ଧିତ ଖବର