ଟୁଥ୍‌ପେଷ୍ଟ୍‍ ବ୍ୟବହାର କରି ମୁହଁର ବ୍ରଣ ଓ କଳାଦାଗ ଦୂର କରନ୍ତୁ!

ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ। ହେଲେ ବ୍ରଣ ଓ କଳାଦାଗ ସମସ୍ୟା ଯୋଗୁଁ ବ୍ୟକ୍ତିର ମୁହଁଟି ଅସୁନ୍ଦର ଦେଖାଯାଇଥାଏ। ଆଉ ଯଦି ଆପଣଙ୍କର ବି ଏହି ସମସ୍ୟା ରହିଛି, ତେବେ ଏଇଟି ଆପଣଙ୍କ ପାଇଁ ଟିପ୍‌ସ୍‌। ଆଜି ଆମେ ଆପଣଙ୍କୁ ଟୁଥ୍‌ପେଷ୍ଟ୍‍ ସାହାଯ୍ୟରେ ଏହି ବ୍ରଣ ଓ କଳାଦାଗ ଜନିତ ସମସ୍ୟାରୁ କିଭଳି ମୁକ୍ତି ମିଳିଥାଏ, ସେହି ବିଷୟରେ ଜଣାଇବୁ।
ଆସନ୍ତୁ ଜାଣିବା ଏନେଇ ଉପାୟ ବିଷୟରେ…

ଆବଶ୍ୟକୀୟ ସାମଗ୍ରୀ

୧- କୌଣସି ଭଲ କମ୍ପାନିର ଧଳା ରଂଗର ଟୁଥ୍‌ପେଷ୍ଟ୍‍
୨- ମହୁ
୩- ଲୁଣ
୪- ଟମାଟୋ ରସ।

Natural Remedy Ideas

ପ୍ରଥମ ସୋପାନ- ବ୍ରଣ ଜନିତ ସମସ୍ୟା ରହିଥିଲେ: ଆପଣଙ୍କର ଯଦି ବ୍ରଣ ଜନିତ ସମସ୍ୟା ରହିଥାଏ ତ, ତେବେ ଆପଣ ଏକ ପାତ୍ରରେ ଏକ ଚାମଚ ଟୁଥ୍‌ପେଷ୍ଟ୍‍ ଆଣି ସେଥିରେ ଅଧା ଚମଚ ମହୁକୁ ମିଶ୍ରଣ କରନ୍ତୁ। ଏହାପରେ ଆପଣ ଏହି ମିଶ୍ରଣକୁ ଆପଣଙ୍କ ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଆପଣ ଏହାକୁ ପାଣିରେ ଧୋଇଦିଅନ୍ତୁ।

ଦ୍ୱିତୀୟ ସୋପାନ- କଳାଦାଗ ସମସ୍ୟା ରହିଥିଲେ:ଏଥିସହିତ ଯଦି ଆପଣଙ୍କ ମୁହଁରେ କଳାଦାଗ ଜନିତ ସମସ୍ୟା ରହିଥାଏ, ତେବେ ଆପଣ ଏକ ପାତ୍ରରେ ଏକ ଏକ ଚାମଚ କରି ଟୁଥ୍‌ପେଷ୍ଟ ଓ ଲୁଣକୁ ନେଇ ମିଶ୍ରଣ କରନ୍ତୁ। ତେବେ, ମନେରଖନ୍ତୁ, ଯେପରି ଆପଣ ଏହାକୁ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ନିଜର ମୁହଁକୁ ଷ୍ଟିମ୍‌ କରି ଦେଇଥିବେ। ଏହାପରେ ଆପଣ ଏହାକୁ ଆପଣଙ୍କ ମୁହଁରେ ଲଗାଇ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଆପଣ ଆପଣଙ୍କ ମୁହଁକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ।

ତୃତୀୟ ସୋପାନ- ମଶ୍ଚରାଇଜ୍‌ ଲାଗି:ଆପଣଙ୍କ ମୁହଁକୁ ମଶ୍ଚରାଇଜ କରିବାକୁ ଥିଲେ, ଆପଣ ଏକ ପାତ୍ରରେ ଏକ ଚାମଚ ଟୁଥ୍‌ପେଷ୍ଟ୍‍ ନେଇ ସେଥିରେ କିଛି ମାତ୍ରାରେ କ୍ଷୀର ମିଶାନ୍ତୁ। ଏହାପରେ ଆପଣ ଏହାକୁ ଆପଣଙ୍କ ମୁହଁରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖି ଧୋଇଦିଅନ୍ତୁ।

ଚତୁର୍ଥ ସୋପାନ- ଡାର୍କସ୍ପଟ୍‌ ସମସ୍ୟା ରହିଥିଲେ: ଥିଲାଗି ଆପଣଙ୍କୁ ଏକ ପାତ୍ରରେ କିଛି ମାତ୍ରାରେ ଟୁଥ୍‌ପେଷ୍ଟ ନେଇ ସେଥିରେ ଏକ ଚାମଚ ଟମାଟୋ ରସକୁ ମିଶାଇବାକୁ ହେବ। ଏହାପରେ ଆପଣ ଏହାକୁ ଆପଣଙ୍କ ଡାର୍କସ୍ପଟରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ିଦେବାକୁ ପଡ଼ିବ ଏବଂ ପରେ ମୁହଁକୁ ଧୋଇଦେବାକୁ ହେବ।

ସମ୍ବନ୍ଧିତ ଖବର