ବ୍ରସ୍‌ରେ ଟୁଥ୍‌ପେଷ୍ଟ ଲଗାଇ ଦାନ୍ତ ଘଷିବା ପୂର୍ବରୁ ଜାଣନ୍ତୁ ଏହି କଥା

ଆମେ ପ୍ରତିଦିନ ଦାନ୍ତ ଘଷି ଥାଉ। କେହି କେହି ଦିନକୁ ଦୁଇ ବା ତିନି ଥର ବି ଦାନ୍ତ ବ୍ରସ୍‌ କରିଥାନ୍ତି। ତେବେ ଅଧିକାଂଶ ଲୋକ ସକାଳେ ଥରେ ନିଶ୍ଚିତ ରୂପେ ବ୍ରସ୍‌ କରିଥାନ୍ତି। କେତେକ ମନେକରନ୍ତି ଅଧିକ ଥର ବ୍ରସ୍‌ କରିଲେ ଦାନ୍ତ ଧଳା ରହିଥାଏ।ସେ ଯାହା ହେଉନା କାହିଁକି ବ୍ରସ୍‌ରେ ଟୁଥ୍‌ପେଷ୍ଟ ଲଗାଇ ଆମେ ଦାନ୍ତ ଘଷିଥାଉ। ହେଲେ ଆପଣ କ’ଣ ଜାଣନ୍ତି କି ଏହି ଟୁଥ୍‌ପେଷ୍ଟ ଘାତକ ହୋଇପାରେ।

ନିକଟରେ ଆମେରିକାରେ ୟୁନିଭରର୍ସିଟି ଅଫ୍‌ ମେସାଚୁସେଟ୍‌ସ ଏମହର୍ଷ୍ଟରେ କରାଯାଇଥିବା ଏକ ଚିକିତ୍ସା ଗବେଷଣା ଅନୁଯାୟୀ ଟୁଥପେଷ୍ଟ ଓ ସାବୁନରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ତତ୍ତ୍ୱ ଟ୍ରାଇକ୍ଲୋସନ୍‌ ରହିଛି। ଏହାର ପ୍ରଭାବରେ କର୍କଟ ରୋଗ ହେବାର ଆଶଙ୍କା ରହିଛି।
ଏହି ଗବେଷଣାର ସନ୍ଦର୍ଭ ସାଇନ୍ସ ଟ୍ରାନସଲେସନ୍‌ ମେଡିସିନ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣା ସମୟରେ ଟ୍ରାଇକ୍ଲୋସନ୍‌ରପରୀକ୍ଷା ମୂଷାମାନଙ୍କ ଉପରେ କରାଯାଇଥିଲା। କିଛି ସମୟରେ ଲକ୍ଷ୍ୟ କରାଗଲା ସେମାନଙ୍କ କୁଣ୍ଡେଇ ହେଲା। ଏହାର କିଛି ଦିନ ପରେ ଜଣାପଡିଲା ଯେ ମୂଷା ଗୁଡିକ କର୍କଟରେ ପୀଡିତ।


ଆମେରିକାର ୟୁନିଭର୍ସିଟି ଅଫ୍‌ ମେସାଚୁସେଟ୍‌ସ ଏମ୍‌ ହର୍ଷ୍ଟର ଗବେଷକ ଗୁଓ ଡୋଙ୍ଗ୍‌ ଝାଙ୍ଗ୍‌ କହିଛନ୍ତି ଯେ ଏହି ଗବେଷଣାରୁ ପ୍ରଥମ ଥରପାଇଁ ଜଣାଯାଇଛିି ଟ୍ରାଇକ୍ଲୋସନ ଆମ ଶରୀର ଭିତରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

ସମ୍ବନ୍ଧିତ ଖବର