ଅନେକ ରୋଗର ଗୋଟିଏ ଔଷଧ; ଟିକିଏ ଖାଆନ୍ତୁ, ସମସ୍ୟାକୁ ଚୁଟ୍‌କିରେ ହଟାନ୍ତୁ

ପୂର୍ବକାଳରେ ଔଷଧ ନଥିଲା, ଡାକ୍ତର ନଥିଲେ ତଥାପି ବି ଶାରୀରିକ ସମସ୍ୟାର ସମାଧାନ ହେଉଥିଲା। ପୂର୍ବରୁ ରହିଥିବା ଅନେକ ଔଷଧୀୟ ପଦାର୍ଥ ମଧ୍ୟରୁ ‘ବଚ’ ଅନ୍ୟତମ। ଏହାକୁ ବହୁ ପୁରୁଣା କାଳରୁ ଔଷଧ ଭାବେ ବ୍ୟବହାର କରାଯାଏ। ଥଣ୍ଡା, ଶ୍ୱାସ, ସ୍ମରଣ ଶକ୍ତି, କଣ୍ଠ ତ୍ୱଚା, କେଶ ଆଦି ଅନେକ ସମସ୍ୟାର ସମାଧାନ ଏଥିରେ ରହିଛି। ‘ବଚ’ର ସଂସ୍କୃତ ଅର୍ଥ ହେଉଛି ସ୍ପଷ୍ଟ ବାକ୍ୟ। ଏଥିପାଇଁ ଏହାକୁ ବିଶେଷ କରି ସଂଗୀତ ସାଧନା କରୁଥିବା ବ୍ୟକ୍ତିମାନେ ନିଜ କଣ୍ଠ ସଫା କରିବା ପାଇଁ ବ୍ୟବହାର କରିଥାନ୍ତି।

ଥଣ୍ଡା ଓ ମୁଣ୍ଡବିନ୍ଧା ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଏହାର ଗୁଣ୍ଡକୁ ନାକରେ ପକାଇଲେ ଛିଙ୍କ ସମସ୍ୟା ଥିଲେ ସହଜରେ ଦୂର ହୁଏ।

କଫ କିମ୍ବା ଜ୍ୱର ହୋଇଥିଲେ କଫ ଖାଇବା ଦ୍ୱାରା ଉପଶମ ମିଳେ। ଏହା ଏକ ଉତ୍ତମ ଥଣ୍ଡା ନାଶକାରୀ ପଦାର୍ଥ ବୋଲି ଆପଣ କହିପାରନ୍ତି।

ବଚ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବି ବୃଦ୍ଧି ହୋଇଥାଏ। ମହୁ ସହ ବଚ ଗୁଣ୍ଡ ମିଶାଇ ପିଇଲେ ସ୍କରଣ ଶକ୍ତି ବଢ଼ଇଥାଏ।

ଶ୍ୱାସ ରୋଗୀମାନେ ରୀତିମଚ ବଚ ଖାଇ ପାରିବେ। ବଚ ଖାଇଲେ ଧଇଁ ଉଠିବା କମ୍‌ ହେବା ସହ ଭିତରକୁ ଥଣ୍ଡା ଦୂର ହୋଇଥାଏ।

କଣ୍ଠ ପତଳା କରିବାକୁ ଚାହୁଁଥିଲେ ଆପଣ ବଚ ଖାଇପାରନ୍ତି। ରୀତିମତ ବଚ ଖାଇଲେ କଣ୍ଠ ପତଳା ହେବା ସହ ସ୍ପଷ୍ଟ ବି ହୋଇଥାଏ।

ନିଦ୍ରାହୀନତା ରୋଗ ବି ବଚ ଖାଇବା ଦ୍ୱାରା ଦୂର ହୋଇଥାଏ। ଆଜିକାଲି ଅନେକ ଯୁବପିଢ଼ିଙ୍କ କ୍ଷେତ୍ରରେ ଏ ସମସ୍ୟା ରହିଛି। ତେବେ ବଚ ଖାଇ ଏହାକୁ ଦୂର କରି ହେବ।

ଗାଧୁଆ ପାଣିରେ ବଚ ଗୁଣ୍ଡ ମିଶାଇ ଗାଧୋଇଲେ ତ୍ୱଚା ଚିକ୍କଣ ହୋଇଥାଏ। ଏହା କେଶ ଝଡ଼ା ସମସ୍ୟା ବି ଦୂର କରିଥାଏ। ତେଲରେ ବଚ ମିଶାଇ ଲଗାଇଲେ କେଶ ଝଡ଼ା ସମସ୍ୟା ଦୂର ହୋଇଥାଏ।

ସମ୍ବନ୍ଧିତ ଖବର