publive-imageମେଷ: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରାଇବ। କୌଣସି କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ପ୍ରିୟ ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ। ‌‌

Advertisment

publive-imageବୃଷ: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ବ୍ୟବସାୟକୁ ଅନ୍ୟ କୌଣସି ଜିଲ୍ଲାରେ ବିସ୍ତାର କରିବା ଲାଗି ଭାବିବେ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଛାତ୍ର ଲେଖାପଢ଼ାରେ ଧ୍ୟାନ ଦେବେ।

publive-imageମିଥୁନ: ଜୀବନସାଥୀ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘର ପାଇଁ ଦରକାରୀ ଜିନିଷ କିଣିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-image

କର୍କଟ: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ଜୀବନ ପ୍ରୀତିକର ଓ ଆନନ୍ଦମୟ ରହିବ।

publive-imageସିଂହ: ଦିନଟି ବହୁତ ଶୁଭ ରହିବ। ଆପଣଙ୍କର କୌଣସି ନିର୍ଣ୍ଣୟରେ ପରିବାର ଲୋକ ସହଯୋଗ କରିବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

publive-imageକନ୍ୟା: ବେପାର ଉଦ୍ୟୋଗରେ ଲାଭ ହେବ। କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। କୌଣସି ଖୁସି ଖବର ପାଇବେ। କ୍ୟାରିୟରରେ ଆପଣ ନିଜ ଗୁରୁର ସହଯୋଗ ପାଇବେ।

publive-imageତୁଳା: ପାରିବାରିକ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ଆପଣ ନିଜ ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ସରାକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।

publive-imageବିଛା: ବ୍ୟବସାୟରେ ଯଥେଷ୍ଟ ବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

publive-image
ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।

publive-image

ମକର: ଆପଣଙ୍କ ମନରେ ସକାରାତ୍ମକତା ରହିବ। କାମ ପାଇଁ କୌଣସି ବଡ଼ ନିଷ୍ପତ୍ତି ନେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ଜୀବନସାଥୀ ସହ ଭଲ ତାଳମେଳ ବଜାୟ ରହିବ।

publive-image

କୁମ୍ଭ: ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।

publive-image

ମୀନ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନୂଆ ବିଚାର ସହ କୌଣସି କୌଣସି ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ। ପ୍ରେମ ଜୀବନ ମଧୁର ହେବ।