ତୁଳସୀ ପତ୍ରର ସେବନ ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ
ତୁଳସୀକୁ ଆୟୁର୍ବେଦରେ ସଂଜିବନୀ ବୋଲି କୁହାଯାଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ତୁଳସୀ ପତ୍ରର ସେବନ ଦ୍ୱାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ଗ୍ରନ୍ଥରେ ତୁଳସୀଙ୍କ ମହିଳା ମଧ୍ୟ ବର୍ଣ୍ଣିତ ହୋଇଛି।ହିନ୍ଦୁମାନେ ନିଜ ଘରେ ତୁଳସୀ ମାତାଙ୍କୁ ପୂଜା କରିଥାନ୍ତି।ଏଥିପାଇଁ ଘର ସମ୍ମୁଖରେ ବା ଅଗଣାରେ ତୁଳସୀ ଚଉରା ବି ରଖିଥାନ୍ତି। ପ୍ରତିଦିନ ତୁଳସୀ ପୂଜା ସମୟରେ କେତେକ ତ୍ରୁଟି ଆଦୌ କରିବା ଉଚିତ ନୁହେଁ।
ତେବେ ମନେ ରଖନ୍ତୁ ତୁଳସୀ ଗଛ ପାଖରେ କପଡ଼ା ଶୁଖାଇବା ଅନୁଚିତ।ଏଭଳି କରିଲେ ତୁଳସୀ ମାତ୍ରା କ୍ରୋଧିତ ହୋଇଥାନ୍ତି ବୋଲି କୁହାଯାଏ। ଏହାଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ବି ରହିଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତୁଳସୀ ଗଛକୁ ସଫାସୁତୁରା ରଖିବା ଉଚିତ। ଏଣୁ ତାକୁ ଶୁଖିବାକୁ ମଧ୍ୟ ଦିଅନ୍ତୁ ନାହିଁ। ହିନ୍ଦୁ ପୁରାଣର ସୂଚନା ଅନୁଯାୟୀ ତୁଳସୀଙ୍କ ପାଖରେ ଗଣେଶଜୀଙ୍କୁ ନ ରଖିବା ଭଲ। ତୁଳସୀ ମାତାଙ୍କଠାରେ ପ୍ରତ୍ୟହ ଅର୍ଘ୍ୟ ପ୍ରଦାନ କରିବା ଉଚିତ।