ହଳଦୀରେ ଥିବା ଆୟୁର୍ବେଦୀୟ ଓ ଔଷଧୀୟ ଗୁଣ ସଂପର୍କରେ ସମସ୍ତେ ପ୍ରାୟ ଅଳ୍ପ-ବହୁତ ଜାଣନ୍ତି। ଏହାକୁ ପ୍ରାଚୀନ କାଳରୁ ନେଇ ଏବେ ପର୍ଯ୍ୟନ୍ତ ଏକ ବହୁ ଉପଯୋଗୀ ଜିନିଷ ଭାବେ ମନାଯାଏ। ଏହାକୁ କେବଳ ଖାଦ୍ୟରେ ନୁହେଁ, ବରଂ ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ଉପଯୋଗ କରିହେବ।
Sambad is now on WhatsApp
Join and get latest news updates delivered to you via WhatsApp
ହଳଦୀରେ ଶରୀରେ ଥିବା କୀଟାଣୁ ମାରିବାର ଶକ୍ତି ରହିଛି। ହଳଦୀ ଲଗାଇବା ଦ୍ୱାରା ତ୍ୱଚା ସଂପର୍କୀୟ ଅନେ ରୋଗ ଦୂର ହୋଇଥାଏ। ଆପଣ ହୁଏତ ଅନୁମାନ କରିଥିବେ ଯେ ଆଜିକାଲି ବହୁଳ ମାତ୍ରାରେ କମ୍ପୁଟର୍, ଲାପଟପ୍ ଓ ମୋବାଇଲ୍ର ବ୍ୟବହାର ହେତୁ ଆଖି ତଳ କଳା ପଡ଼ିବା ପ୍ରାୟ ସମସ୍ତଙ୍କର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏହି ସମସ୍ୟାକୁ ଦୂର କରିବା ପାଇଁ ହଳଦୀ ଏକ ଅବ୍ୟର୍ଥ ପଦାର୍ଥ। କଞ୍ଚା ହଳଦୀ ଉପଲବ୍ଧ ନ ହେଉଥିଲେ ଆପଣ ହଳଦୀ ଗୁଣ୍ଡକୁ ପାଣିରେ ଗୋଳାଇ ପ୍ରୟୋଗ କରିପାରନ୍ତି। ମାତ୍ର କଞ୍ଚା ହଳଦୀ ବେଶି ଭଲ ହୋଇଥାଏ।
ହଳଦୀରେ ସମାନ୍ୟ ଗୋଲାପ ଜଳ କିମ୍ବା ଖିର ମିଶ୍ରଣ କରି ଏକ ଲେପ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ଚାରି ପାଖରେ ଲଗାଇ ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏପରି ଅତି କମ୍ରେ ୧ ସପ୍ତାହ କରିବା ପରେ ଆପଣ ଫରକ୍ ଜାଣିପାରିବେ।
ହଳଦୀର ଏହି ଲେପକୁ ଆପଣ ମୁହଁ ସାରା ବି ଲଗାଇ ପାରିବେ। ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଚମକ ବଢ଼େ। ତ୍ୱଚା ଯୁବା ରହେ।
ରାତିରେ ଶୋଇବା ପୂର୍ବରୁ ଗରମ ଖିରରେ ହଳଦୀ ମିଶାଇ ପିଇବା ଦ୍ୱାରା ଥଣ୍ଡା ସମସ୍ୟା ଦୂର ହେବା ସହ ତ୍ୱଚାର ଚମକ ବାଜୟ ରହେ। ଅଧିକାଂଶ ଅଭିନେତ୍ରୀମାନେ ନିଜ ଶରୀରକୁ ସୁନ୍ଦର ରଖିବା ପାଇଁ ରାତିରେ ଗରମ ଖିରରେ ହଳଦୀ ମିଶାଇ ପିଇଥାନ୍ତି।
ଖରା ଦିନେ ହେଉଥିବା ଘମିର କମାଇବା ପାଇଁ ମଧ୍ୟ ଆପଣ ନିଜ ଶରୀରରେ ହଳଦୀ ଲେପ ପ୍ରୟୋଗ କରିପାରନ୍ତି। ବାରମ୍ବାର ହଳଦୀ ଲଗାଇବା ଦ୍ୱାରା ଘମିର କମ୍ ହୋଇଥାଏ।
ସବୁଠାରୁ ବଡ଼ କଥା ହେଲା କୌଣସି ଖଣ୍ଡିଆ ବା ପୋଡ଼ା ସ୍ଥାନର ଯନ୍ତ୍ରଣା କମାଇବା ପାଇଁ ଠୋରେ ହଳଦୀ ଲଗାନ୍ତୁ। ଦରଜ, ବିନ୍ଧା ଓ ପୋଡ଼ା ଆଦି କମ୍ ସମୟରେ ଭଲ ହୋଇ ଯାଇଥାଏ।