ଖାଲି ପେଟରେ ହଳଦୀ ପାଣି ପିିଇଲେ କ’ଣ ଲାଭ ମିଳେ ? ଜାଣନ୍ତୁ

ସକାଳୁ ଉଠି ଖାଲି ପେଟରେ   ଉଷୁମ ପାଣି  ପିଇବା ଉଚିତ୍‌ । ଏମିତି କରିବା ଦ୍ୱାରା    ପେଟ ସଫା ରହିଥାଏ ।   ଏସିଡିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ ।   ଉଷୁମ ପାଣି ସହିତ  ଏକ ଚାମଚ ହଳଦୀ ମିଶାଇ ପିଇଲେ   ଆମକୁ ଅନେକ   ଉପକାର ମିଳିଥାଏ ।

photo-speakingtree

ହଳଦୀ   ଏକ   ଆଣ୍ଟିସେପ୍ଟିକ  । ଏହା ବିଭିନ୍ନ   ସଂକ୍ରମଣରୁ ରକ୍ଷା କରିଥାଏ।    ସକାଳୁ ଉଠି ଅଳ୍ପ ଉଷୁମ ପାଣିରେ ହଳଦୀ ମିଶାଇ   ପିଇଲେ   ପେଟ ଏବଂ ଛାତିରେ ହେଉଥିବା   ସମସ୍ୟା    ଦୂର ହୋଇଯାଏ  ।     ଯେଉଁ   ଲୋକମାନଙ୍କୁ ସବୁବେଳେ ଏସିଡିଟିର ସମସ୍ୟା ରହିଥାଏ,  ସେମାନେ ଏହି ପାଣି ପିଇବା ଆବଶ୍ୟକ ।  ଏକ ଗବେଷଣା ଅନୁସାରେ ହଳଦୀରେ ଥିବା କର୍କମିନ ତତ୍ତ୍ୱ    ଆମ ମସ୍ତିଷ୍କ ପାଇଁ   ଭଲ ।   ମାନସିକ ରୋଗ ଭଲ କରିବାରେ ମଧ୍ୟ   ସାହାଯ୍ୟ   କରିଥାଏ ।   ହଳଦୀ ପାଣିରେ ଆଣ୍ଟିଅକ୍ସିଡାଣ୍ଟ    ଥାଏ ।  ଶରୀରରେ ଥିବା କୋଶିକା ଗୁଡିକୁ ନଷ୍ଟ କରୁଥିବା ତତ୍ତ୍ୱ ଠାରୁ ଏହା ରକ୍ଷା କରିଥାଏ  । ପାଚନ କ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ ହଳଦୀ ।   ଫ୍ୟାଟ   ଏବଂ କୋଲେଷ୍ଟରଲକୁ    ହ୍ରାସ  କରିବାରେ ସହାୟକ ହୋଇଥାଏ ।   ଗଣ୍ଠି   ଯନ୍ତ୍ରଣା ପାଇଁ ମଧ୍ୟ ଭଲ ।    ୨୦୦୯   ମସିହାରେ କରାଯାଇଥିବା ଏକ ଗବେଷଣା ଅନୁସାରେ   ହଳଦୀ ସେବନ ଦ୍ୱାରା ମଧୁମେହ ରୋଗର   ନିୟନ୍ତ୍ରଣ ହୋଇଥାଏ ।

ସମ୍ବନ୍ଧିତ ଖବର