ନୂଆଦିଲ୍ଳୀ: ଏଲନ୍‌ ମସ୍କ ଟ୍ବିଟର୍‌ କିଣିବା ପରେ ତାହାକୁ ପରିବର୍ତ୍ତନ କରି ଚାଲିଛନ୍ତି। କିଛି ଦିନ ଅନ୍ତରରେ ଟ୍ବିଟ୍‌ରରେ କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ। କେବେ ଏହାର ସେବା ବଦଳୁଥିବାର ଦେଖିବାକୁ ମିଳେ ତ ପୁଣି କେବେ ଏହାର ଲୋଗୋ। ଏବେ ଟ୍ବିଟର୍‌ର ନାମ ହିଁ ବଦଳି ଯାଇଛି। ଏବେ ଟ୍ବିଟର୍‌ ନାମ ବଦଳାଇ ଏକ୍ସ (X) କରି ଦିଆଯାଇଛି।

Advertisment

କମ୍ପାନି ଟ୍ବିଟର୍‌ର ମୁଖ୍ୟ ଆକାଉଣ୍ଟ୍‌ ଓ ତା’ ସହ ଯୋଡ଼ା ଅନ୍ୟ ଆକାଉଣ୍ଟ୍‌ର ନାମ ବଦଳାଇ ଏକ୍ସ କରି ଦେଇଥିବା ସୂଚନା ରହିଛି। ଏହି ନାମ ବଦଳିବା ନେଇ ସୋମବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ଏହା ପୂର୍ବରୁ ଟ୍ବିଟର୍‌ର ଲୋଗୋକୁ ବଦଳାଇ ଏକ୍ସ କରି ଦିଆଯାଇଥିବା ବେଳେ ଏବେ ଏହାର ହ୍ୟାଣ୍ଡ୍‌ଲର ନାମ ବଦଳା ଯାଇଛି।

ଗତ ଶନିବାର ରାତିରେ ଏଲନ ମସ୍କ ଏ ନେଇ ସୂଚନା ଦେଇ ଖୁବ୍ ଶୀଘ୍ର ଟ୍ବିଟର୍‌ର ନାମ ଓ ଲୋଗୋକୁ ଲାଇଭ୍‌ କରି ଦିଆଯିବ ବୋଲି କହିଥିଲେ।  ମସ୍କ ଏବେ about.twitter.com କୁ ପରିବର୍ତ୍ତନ କରି about.X.com କରିଦେଇଛନ୍ତି। ଯଦି ଆପଣ about.X.com ସର୍ଚ କରିବେ ତ ଏହା ଆପଣଙ୍କୁ ସିଧା ଟ୍ବିଟର୍‌ ପେଜ୍‌କୁ ନେଇଯିବ।

ଏହା ସହ ସହ କମ୍ପାନି ଟ୍ବିଟର୍‌ର ପୁରୁଣା ଅଧିକାରିକ ଆକାଉଣ୍ଟ୍‌କୁ ବନ୍ଦ କରିଦେଇଛି। ଟ୍ବିଟର କିଣିବା‌ ବେଳେ ହିଁ ମସ୍କ ଏ ନେଇ ଖୋଲାଖୋଲି ଘୋଷଣା କରି ଦେଇଥିଲେ। ସେ କହିଥିଲେ ଯେ ଟ୍ବିଟର୍‌କୁ କିଣିବା ଅର୍ଥ ଏକ୍ସର ଆରମ୍ଭ ଆଡ଼କୁ ଅଧିକ ଏକ ପ‌ାଦ ବଢ଼ାଇବା।