କେଉଁ ଦୁଇ ଫଳକୁ ଏକା ସାଙ୍ଗେ ଖାଇବା ଉଚିତ ନୁହେଁ ?

ଆମେ ନିଜର ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରଚୁର ମାତ୍ରାରେ ଫଳ ଓ ପରିବା ଖାଇଥାଉ। କିନ୍ତୁ ଯଦି ଏମିତି ଫଳ ବି ଅଛି, ଯେଉଁ ଦୁଇଟିକୁ ଏକା ସାଙ୍ଗରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ, ଆସନ୍ତୁ ଜାଣିବା କେଉଁ ଫଳ ସହ କ’ଣ ଖାଇବା ଅନୁଚିତ।


କମଳା ଓ ଗାଜର: କମଳା ଓ ଗାଜର ଏ ଭଳି ଦୁଇ ଫଳ ଯାହାକୁ ଏକା ସାଙ୍ଗେ ଖାଇବା ଉଚିତ ନୁହେଁ। ଏହାକୁ ଏକା ସାଙ୍ଗେ ଖାଇଲେ ମୁଣ୍ଡବିନ୍ଧା ହେବାର ଆଶଙ୍କା ଥାଏ। ତା’ଛଡା କିଡନି ଖରାପ ହେବାର ମଧ୍ୟ ଆଶଙ୍କା ଅଧିକ।
ପାଚିଲା ଅମୃତଭଣ୍ଡା ଓ ଲେମ୍ବୁ: ଏହି ଦୁଇ ଫଳକୁ ଏକା ସଙ୍ଗେ ଖାଇଲେ ଶରୀରରେ ହିମୋମ୍ଲୋବିନର ଅସନ୍ତୁଳନ ଘଟିଥାଏ। ପିଲାମାନଙ୍କ ପାଇଁ ଏହା ଅତି ହାନିକାରକ ।

 


ପିଜୁଳି ଓ କଦଳୀ: ଏ ଦୁଇ ଫଳ ବି ଏକାଠି ଖାଇବା ଅନୁଚିତ। କାରଣ ଏହା ଦ୍ୱାରା ଏସିଡିଟି ଓ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଉପୁଜିଥାଏ। ତା’ଛଡା ମୁଣ୍ଡବିନ୍ଧା ବି ହୋଇଥାଏ।

ସପୁରି ଓ ଦୁଧ: ଦୁଧ ସହିତ ସପୁରି ମିଶାଇ ଖାଇବା ଅନୁଚିତ, କାରଣ ଏହା ଫଳରେ ମୁଣ୍ଡବିନ୍ଧା, ଗ୍ୟାସ୍‌ ଓ ସଂକ୍ରମଣ ଆଦି ସମସ୍ୟା ଦେଖା ଦେଇଥାଏ।
କମଳା ଓ ଦୁଧ: ଦୁଧ ସହିତ କମଳା ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। କାଣ ଏହା ସହଜରେ ହଜମ ହୋଇ ନଥାଏ। ଏହା ଫଳରେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ସମ୍ବନ୍ଧିତ ଖବର