କେବଳ ଏହି ଦୁଇଟି କଥାକୁ ଜଗିଲେ ଆପଣ ରହିବେ ଆଜୀବନ ସୁସ୍ଥ 

ଆମର  ନିଜର ସ୍ୱାସ୍ଥ୍ୟ ଆମ ନିଜ ହାତରେ । ଉତ୍ତମ ସ୍ୱାସ୍ଥ୍ୟ  ସହିତ  ନିଜକୁ ଫିଟ୍‌  ରଖିବା ପାଇଁ  କେତେକ ସ୍ୱତନ୍ତ୍ର ଅଭ୍ୟାସ  ପ୍ରତି ଧ୍ୟାନ ଦେବାକୁ ପଡିବ ।  ଏସବୁ  ଦିଗ ପ୍ରତି  ଉପଯୁକ୍ତ  ଧ୍ୟାନ  ଦିଆଗଲେ,  ଆପଣ ନିଜକୁ  ଫିଟ୍‌  ରଖିପାରିବେ ଓ ସୁଖମୟ  ଜୀବନଶୈଳୀକୁ  ଆପଣାଇ ପାରିବେ । ହେଲେ ଏହାର ଦୁଇଟି ମୂଳ କଥା ଅଛି। ସେହି ଦୁଇଟି ଦିଗଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କଲେ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହେବ । ଆସନ୍ତୁ ଜାଣିବା ସେହି ଦୁଇଟି କଥା …

ସଂପୂର୍ଣ୍ଣ ନିଦ୍ରା ନେବାକୁ ଭୁଲନ୍ତୁ ନାହିଁ –  ଶରୀର ଉପରେ ନିଦ୍ରାର ଯଥେଷ୍ଟ  ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା  ଆବଶ୍ୟକତାଠୁଁ  କମ୍‌ ଶୋଇଲେ  ଏହାର ପ୍ରଭାବ  ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ  ଶକ୍ତି ଉପରେ  ପଡ଼ିଥାଏ । ସଂପୂର୍ଣ୍ଣ ମାତ୍ରାରେ  ନିଦ୍ରା ଗଲେ,  ଆପଣଙ୍କ  ଶରୀରରେ  ନୂତନ ଶକ୍ତିର ସଞ୍ଚାର  ହୋଇ ଥାଏ ।  ଏଣୁ ପ୍ରତ୍ୟହ  ସୁନିଦ୍ରା  ଯାଆନ୍ତୁ ।

ବ୍ୟାୟାମ କରନ୍ତୁ – ମନେ ରଖନ୍ତୁ  ଫିଟ୍‌ ଓ ସୁସ୍ଥ  ରହିବା ଲାଗି ବ୍ୟାୟାମର  ପ୍ରମୁଖ  ଭୂମିକା  ରହିଛି । ଏଣୁ ପ୍ରତିଦିନ  ଅତିକମ୍‌ରେ  ୨୦ ମିନିଟ୍‌ର ବ୍ୟାୟାମ ଅଭ୍ୟାସ କରନ୍ତୁ । ତା’ନହେଲେ  ୨୦ ମିନିଟ୍‌  ଚାଲନ୍ତୁ ।  ଏହା ଦ୍ୱାରା ଶରୀର ଫିଟ୍‌ ରହିବ ।  ଏପରି କଲେ   ମନ ସ୍ଫୁର୍ତ୍ତି ରହିବ ।

 

ସମ୍ବନ୍ଧିତ ଖବର