ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ ଯେଉଁ ଟାଇପ୍-୨ ଡାଇବେଟିସ୍ ରୋଗୀମାନେ ସକାଳ ଜଳଖିଆ ଖାଇନଥାନ୍ତି ସେମାନଙ୍କର ବଡି ମାସ୍ ଇଣ୍ଡେକ୍ସ(ବିଏମ୍ଆଇ) ବୃଦ୍ଧି ପାଇଥାଏ। ଫଳରେ ଶରୀରରେ ମୋଟାପଣ ସହିତ ଆହୁରି ଗୁଡ଼ାଏ ସମସ୍ୟା ଦେଖା ଦେଇଥାଏ।
ଚିକୋଗୋରେ ଥିବା ଇଲିଓନଏଷ୍ଟ୍ ୟୁନିଭରସିଟିରେ ନିକଟରେ ଏହା ଉପରେ ଏକ ଗବେଷଣା ହୋଇଥିଲା। ଗବେଷଣାରୁ ଜାଣିବାକୁ ମିଳିଲା ଯେ ରାତ୍ରୀଚରମାନଙ୍କ ମଧ୍ୟରେ ବି ବିଏମ୍ଆଇ ବୃଦ୍ଧି ପାଇଥାଏ। ଏପରିକି ଟାଇପ୍-୨ ଡାଇବେଟିସ୍ ରୋଗୀମାନେ ସକାଳ ଜଳଖିଆ ନଖାଇଲେ ଯେତିକି ବିଏମ୍ଆଇ ବୃଦ୍ଧିପାଇନଥାଏ ରାତ୍ରୀଚରଙ୍କ କ୍ଷେତ୍ରରେ ସେତିକି ବୃଦ୍ଧି ପାଇଥାଏ।
/sambad/media/post_attachments/wp-content/uploads/2018/04/the-pros-and-cons-of-being-a-night-owl-instead-of-a-morning-person-300x150.jpg)
ବିଳମ୍ବରେ ଶୋଇ ବିଳମ୍ବରେ ଉଠୁଥିବା ଲୋକଙ୍କ ଭିତରେ ମୋଟାପଣ ବୃଦ୍ଧି ପାଏ। ଗବେଷକମାନ ୨୧୦ ଜଣ ଟାଇପ୍-୨ ମଧୁମେହ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କୁ ସେମାନଙ୍କର ଶୋଇବା ଏବଂ ଉଠିବା ସମୟ ପଚରାଯାଇଥିଲା। ସେମାନଙ୍କ ଉତ୍ତରକୁ ଭିତ୍ତି କରି ହୋଇଥିବା ସର୍ଭେରୁ ଏହି ଫଳାଫଳ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/bfe73770-4207-11e8-873d-4d6fb1883171.jpg)