ଭୁବନେଶ୍ବର: ସହିଦ୍ନଗରସ୍ଥିତ ସାଇ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋଲୋଜି ଏଣ୍ଡ ଲିଭର ସାଇନ୍ସରେ ପ୍ରଥମଥର ପାଇଁ ଅଣ୍ଡରୱାଟର୍ ଇଏମ୍ଆର(ଏଣ୍ଡୋସ୍କୋପି ମ୍ୟୁକୋସାଲ ରିସେକ୍ସନ୍) ଆରମ୍ଭ ହୋଇଛି। ସାଇ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋଲୋଜି ଏଣ୍ଡ ଲିଭର ସାଇନ୍ସର ପ୍ରତିଷ୍ଠାତା ତଥା ପେଟରୋଗ ବିଶେଷଜ୍ଞ ଡା.ଆଶୁତୋଷ ମହାପାତ୍ର କହିଛନ୍ତି, କଲନ୍(ବୃହଦନ୍ତ)ରୁ ପଲିପ୍କୁ ବାହାର କରିବା ପାଇଁ ଅଣ୍ଡରୱାଟର୍ ଇଏମ୍ଆର ହେଉଛି ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ପଦ୍ଧତି। କଲନସ୍କୋପରେ ପାଣି ଭର୍ତ୍ତି କରି ପଲିପକ୍ଟୋମି-ଇଏମ୍ଆର କରାଯାଇଥାଏ। ପଲିପ୍ ନିରୂପଣ କରି ଏହାକୁ ବାହାର କରିବା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି। ୫୦ବର୍ଷର ଜଣେ ମହିଳା ତାଙ୍କ ପେଟ ସମସ୍ୟା ନେଇ ସ୍ବାସ୍ଥ୍ୟାନୁଷ୍ଠାନକୁ ଆସିଥିଲେ। ୱାଟର ଇମର୍ସନ୍ ପଦ୍ଧତିରେ ତାଙ୍କର ପଲିପ୍ ନିରୂପଣ ହୋଇଥିଲା। ପରେ ସେହି ପଲିପ୍କୁ ନୂଆ ପଦ୍ଧତିରେ ସହଜରେ ଓ ସୁବିଧାରେ କଢ଼ା ଯାଇଥିଲା। ମହିଳା ଜଣକ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଡା.ସୋନମୁନ ମହାପାତ୍ର ଅଣ୍ଡରୱାଟର-ଇଏମ୍ଆର ପଦ୍ଧତି କରିଥିଲେ।
ଉଲ୍ଲେଖ ଯେ ଡା.ସୋନମୁନ ମହାପାତ୍ର ଆମେରିକାର ପ୍ରସିଦ୍ଧ ସ୍ବାସ୍ଥ୍ୟାନୁଷ୍ଠାନ ମାୟୋ କ୍ଲିନିକ୍ରୁ ଏହା ସମ୍ବନ୍ଧରେ ପୂର୍ଣ୍ଣ ପ୍ରଶିକ୍ଷଣ ହାସଲ କରିଛନ୍ତି। ଡା.ଆଶୁତୋଷ ମହାପାତ୍ର ମଧ୍ୟ ଜାପାନର ଟୋକିଓସ୍ଥିତ ନାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ ଏବଂ ଓସାକା ଇଣ୍ଟରନାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ରୁ ପ୍ରଶିକ୍ଷଣ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfhfshsfhfff.jpg)