ମୂତ୍ର ସଂକ୍ରମଣର ଶିକାର ହୋଇଛନ୍ତି ବୋଲି କେମିତି ଜାଣିବେ ?

ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ,ଭାରତରେ ଶତକଡ଼ା ୪୦ ଭାଗ ମହିଳା ମୂତ୍ର ସଂକ୍ରମଣ ବା ୟୁରିନାରି ଇନ୍‌ଫେକସନ୍‌ର ଶିକାର ହୋଇଥାଆନ୍ତି।ଏହା ଏକ ସଂକ୍ରମିତ ରୋଗ। ତେବେ ଏହାକୁ ନେଇ ବିଶେଷ ଚିନ୍ତିତ ହେବା କଥା ନୁହେଁ।ବରଂ ଏହାର ଲକ୍ଷଣ ଓ ସମାଧାନ ବିଷୟରେ ଭଲଭାବେ ଜାଣି ତା’ର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଲେ ଏଥିରୁ ମୁକ୍ତି ପାଇପାରିବେ। ପ୍ରଥମେ ଜାଣନ୍ତୁ ମୂତ୍ର ସଂକ୍ରମଣର ଲକ୍ଷଣ ବା କାରଣଗୁଡ଼ିକ କ’ଣ?

ପରିସ୍ରା ସମୟରେ ଯନ୍ତ୍ରଣା ଅନୁଭବ କରିବା ବା ଜ୍ୱଳନ ହେବ ୟୁରିନ୍‌ ହେବା ପାଇଁ ଅଧିକ ସମୟ ଲାଗିବା ଏହାର ଏକ ଲକ୍ଷଣ। ବାରମ୍ବାର ପରିସ୍ରା ମାଡ଼ିବା ଓ ପରିସ୍ରାରୁ ଦୂର୍ଗନ୍ଧ ବାହାରିବା ମଧ୍ୟ ଏହାର ଲକ୍ଷଣ ହୋଇପାରେ। ତଳିପେଟରେ ଯନ୍ତ୍ରଣା ଅନୁଭୂତ ହେବା ହାଲୁକା ଜର ଆସିବାକୁ ବି ମୂତ୍ର ସଂକ୍ରମଣର ଲକ୍ଷଣ ବୋଲି କୁହାଯାଇଥାଏ। ବେଳେବେଳେ ମୂତ୍ର ସଂକ୍ରମଣ ହେଲେ ପରିସ୍ରାରୁ ରକ୍ତ ବାହାରିବାର ମଧ୍ୟ ଲକ୍ଷଣ ଦେଖାଯାଇଥାଏ।

photo-homeopathicdoctor.co_.in

ମୂତ୍ର ସଂକ୍ରମଣରୁ ରକ୍ଷା ପାଇବା ଲାଗି କରନ୍ତୁ ଏହି ଉପାୟ:-
୧-ପ୍ରଥମତଃ ମୂତ୍ର ସଂକ୍ରମଣର ଶିକାର ହୋଇଥିଲେ,ଜଳ ଓ ତରଳଜାତୀୟ ପଦାର୍ଥ ସେବନ କରିବା ଆବଶ୍ୟକ।ଏଣୁ ପ୍ରଚୁର ପରିମାଣରେ ଜଳ ପିଅନ୍ତୁ।ପ୍ରତ୍ୟହ ୧୦ରୁ ୧୨ ଗ୍ଲାସ ପାଣି ପିଅନ୍ତୁ।
୨- ପରିସ୍ରା ମାଡ଼ୁଥିଲେ ଆଦୌ ଅଟକାନ୍ତୁ ନାହିଁ।
୩-ସର୍ବଦା ବଟନ୍‌ ଫେବ୍ରିକ୍‌ର ଅଣ୍ଡରଗାର୍ମେଣ୍ଟ୍‌ ପରିଧାନ କରନ୍ତୁ।
୪-ଖାଦ୍ୟ ପାନୀୟରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ଭୁଲନ୍ତୁ ନାହିଁ।
୫-ସବୁଠୁଁ ବଡ଼ କଥା ହେଲା ଜନନାଙ୍ଗର ସ୍ୱଚ୍ଛତା ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍‌ ।
୬-ଗୁପ୍ତାଙ୍ଗ ଲାଲ ରଙ୍ଗ ପଡ଼ିବା,ସେଥିରେ ଜଳାପୋଡ଼ା ହେବା ଆଦି ହେଲେ ତା’ର ଉପଯୁକ୍ତ ଚିକିତ୍ସା କରିବାକୁ ଭୁଲନ୍ତୁ ନାହିଁ।

ସମ୍ବନ୍ଧିତ ଖବର