ଶୀତଦିନେ ଲଗାନ୍ତୁ ନଡ଼ିଆ ତେଲ, ତ୍ୱଚାରେ ଆସିପାରେ ଚମକ

ଶୀତ ଦିନେ ଶୁଷ୍କ ବାୟୁ ଯୋଗୁଁ ଆମ ତ୍ୱଚା ରୁକ୍ଷ ହୋଇଯାଏ । ଏଥିପାଇଁ ଏହି ଶୀତ ସମୟରେ ଶରୀର ସହ ଆମର ଚେହେରାର ମଧ୍ୟ କିଛି ଖାସ୍ ଯତ୍ନ ନେବା ଜରୁରୀ । ଶୀତ ଋତୁରେ ଲୋକମାନେ ଥଣ୍ଡାରୁ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ବ୍ୟବହାର କରନ୍ତି, ମାତ୍ର ନିଜ ଚେହେରାକୁ ସେତେ ଦୃଷ୍ଟି ଦିଅନ୍ତି ନାହିଁ | ଯାହାଦ୍ୱାରା ଚେହେରାର ଚମକ ନଷ୍ଟ ହୋଇଯାଏ । ତେଣୁ କେବଳ ନଡିଆ ତେଲ ବ୍ୟବହାର କରି ଆପଣ ଏହି ଶୀତଋତୁରେ ଆପଣଙ୍କ ଚେହେରାକୁ କୋମଳ କରିପାରିବେ |

ଶୀତଦିନେ ଶୋଇବା ପୂର୍ବରୁ ଓଠରେ ନଡିଆ ତେଲ ନିହାତି ଲଗାନ୍ତୁ । ଆପଣ ଦେଖିବେ ସକାଳକୁ ଆପଣଙ୍କ ଓଠ ସଂପୂର୍ଣ୍ଣରୂପେ କୋମଳ ହୋଇଯାଇଥିବ । ଆପଣ ଦିନରେ ମଧ୍ୟ ଲିପ୍ ବାମ୍ ବଦଳରେ ନଡିଆ ତେଲକୁ ବ୍ୟବହାର କରିପାରିବେ । ଯଦି ଆପଣ ରୁକ୍ଷ ଶୁଷ୍କ ଚେହେରାକୁ ନେଇ ଚିନ୍ତିତ ହୋଇ ଘରୁ ବାହାରୁନାହାଁନ୍ତି ତେବେ ବାହାରକୁ ବାହାରିବା ପୂର୍ବରୁ ନଡିଆତେଲ ଲଗାଇ ମସାଜ୍ କରନ୍ତୁ । ଏହାଦ୍ୱାରା ଚେହେରାରେ ଚମକ ଆସିବା ସହ ଚେହେରାର ରୁକ୍ଷତା ନଷ୍ଟ ହୋଇଥାଏ ।

ନଡିଆତେଲରେ ଲେମ୍ବୁ ମିଶାଇ ପ୍ରତିଦିନ ଚେହେରାରେ ଲଗାଇବା ଦ୍ୱାରା ଚେହେରାର ରଙ୍ଗ ବଦଳିବା ସହ କଳାଦାଗରୁ ମଧ୍ୟ ଉପଶମ ମିଳିଥାଏ । ଆପଣ ଏହି ମିଶ୍ରଣକୁ ଆଣ୍ଠୁ ଏବଂ କହୁଣୀରେ ହୋଇଥିବା କଳାଦାଗରେ ମଧ୍ୟ ଲଗାଇ ପାରିବେ । ଏହି ଶୀତ ଋତୁରେ ଚେହେରାକୁ କୋମଳ ରଖିବା ପାଇଁ ପ୍ରତିଦିନ ଗାଧୋଇବା ପୂର୍ବରୁ ଶରୀରରେ ମଶ୍ଚୁରାଇଜର ପରିବର୍ତ୍ତେ ନଡିଆତେଲ ମାଲିସ୍ କରନ୍ତୁ । ନଡିଆତେଲରେ ଏସପିଏଫ ମଧ୍ୟ ରହିଥାଏ ତେଣୁ ଏହା ଆପଣଙ୍କୁ ସନ୍ ବର୍ଣ୍ଣ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।

ସମ୍ବନ୍ଧିତ ଖବର