ମୁହଁରେ ବରଫ ଘଷିଲେ ମିଳିଥାଏ ଏହି ସବୁ ଫାଇଦା

ସାଧାରଣତଃ ଗରମ ଦିନମାନଙ୍କରେ ଆମ ଚେହେରାକୁ ସୂର୍ଯ୍ୟଙ୍କ ପ୍ରଖର କିରଣ ସହିବାକୁ ପଡ଼ିଥାଏ। ଏହା ଆମ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ।। ଏହାଦ୍ୱାରା ବ୍ୟକ୍ତିର ତ୍ୱଚା ମଳିନ ପଡ଼ିବା, ତେଲିଆ ଦିଶିବା ଏବଂ ବ୍ରଣ ଉଠିବା ସମସ୍ୟା ଆଦି ଉପୁଜିଥାଏ। ଆମେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବରଫ ଖଣ୍ଡର ଉପଯୋଗ ବିଷୟରେ ଜଣାଇବୁ। ମୁହଁରେ ବରଫ ଘଷିବା ଫଳରେ ଆମକୁ ଅନେକ କିଛି ଫାଇଦା ଦେଇଥାଏ।

YouTube

୧-ତ୍ୱଚାରେ ବରଫ ଘଷିବା ଦ୍ୱାରା ତ୍ୱଚାରେ ହେଉଥିବା କୁଞ୍ଚନ ସମସ୍ୟାରୁ ମୁକ୍ତି ମିଳିଥାଏ।
୨-ଏହାସହିତ ବରଫ ଖଣ୍ଡକୁ ମୁହଁରେ ଘଷିଲେ ମୁହଁରେ ରହିଥିବା ଡ଼େଡ୍‌ସ୍କିନ୍‌ ସେଲ୍‌ ଅପସରି ନୂତନ ତ୍ୱଚା କଅଁଳି ଥାଏ।।
୩-ଏତଦ୍‌ବ୍ୟତୀତ ବରଫର ଖଣ୍ଡକୁ ମୁହଁରେ ଘଷିଲେ ରକ୍ତ ସଂଚାଳନରେ ବୃଦ୍ଧି ଘଟିଥାଏ। ଏହା ଚେହେରାର ହଳଦିଆ ପଣକୁ ଦୂର କରି ହାଲ୍‌କା ଲାଲ୍‌ କରିଥାଏ।

Fithacker

୪-ତେବେ ବରଫକୁ ମୁହଁରେ ଘଷିଲେ ଏହା ମୁହଁରୁ ତୈଳୀୟ ଅଂଶକୁ ନିୟନ୍ତ୍ରଣରେ ରଖିବା ସହିତ ବ୍ରଣଜନିତ ସମସ୍ୟାକୁ ମଧ୍ୟ କମ୍‌ କରିଥାଏ।
୫-ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ଯ୍ୟ ହେବ ଯେ,ବରଫର ହାଲ୍‌କା ମସାଜ ଦ୍ୱାରା ବି ଫୁଲିଥିବା ଆଖି ସାଧାରଣ ଆକାରକୁ ଫେରିଆସେ ! ତେବେ ଆପଣଙ୍କୁ ଏହାକୁ ଧ୍ୟାନ ରଖିବାକୁ ହେବ ଯେ,ଯେପରି ଆପଣ ବରଫ ଖଣ୍ଡକୁ ସିଧାସଳଖ ଭାବରେ ମସାଜ୍‌ ନ କରନ୍ତି ବରଂ ଏହାକୁ କୌଣସି ଏକ କପଡ଼ାରେ ପୁରାଇ ମୁହଁରେ ହାଲ୍‌କା ଭାବରେ ୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ୍‌ କରନ୍ତୁ।

ସମ୍ବନ୍ଧିତ ଖବର