ଧଳା କେଶର ସମସ୍ୟା ଆରମ୍ଭ ହେଲା କ୍ଷଣି ଆମେ ଗୋଟି ଗୋଟି କରି ତାକୁ କାଟି ଦେଇଥାଉ କିମ୍ବା ପାର୍ଲର ଯାଇ ବା ଘରେକଲର୍ କରିଦେଉ। କିନ୍ତୁ ଏହି ସବୁ କସ୍ମେଟିକ୍ ଜିନିଷ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଖରାପ ହୋଇଥାଏ। ଯଦି ଆପଣ ଘରୋଇ ଉପାୟରେ ପ୍ରାକୃତିକ ଢଙ୍ଗରେ ଧଳା କେଶକୁ କଳା କରିବା ପାଇଁ ଚାହୁଁଛନ୍ତି, ତା’ହେଲେ ଏହି ଉପାୟ ଆପଣାନ୍ତୁ...
/sambad/media/post_attachments/wp-content/uploads/2018/12/Potato-Peels-for-Grey-Hair_Slide_2.jpg)
କେଶକୁ କଳା କରିବା ପାଇଁ ଆଳୁର ଚୋପା ଲଗାନ୍ତୁ। ଏଥିରେ ଥିବା ଷ୍ଟାର୍ଚ ଏକ ପ୍ରାକୃତିକ ରଙ୍ଗ ରୂପେ କାମ କରେ। ଆଳୁରେ ଆଇରନ୍, ଜିଙ୍କ୍, ପଟାସିୟମ୍ ଓ କ୍ୟାଲ୍ସିୟମ୍ ଭଳି ଅନେକ ଜିନିଷ ରହିଛି ଯାହା ଫଳରେ କେଶ ଝଡ଼ିବା କମ୍ ହୋଇଥାଏ।
/sambad/media/post_attachments/wp-content/uploads/2018/12/Potato-Peels-for-Grey-Hair_Slide_3.jpg)
କେମିତି ତିଆରି କରିବେ ଆଳୁ ଚୋପାର ହେୟର୍ ମାକ୍ସ୍
କଞ୍ଚା ଆଳୁରୁ ଚୋପା ବାହାର କରି ଏକ କପ୍ ପାଣିରେ ଭଲଭାବେ ଗରମ କରନ୍ତୁ। ଏହା ପରେ ଅଧରୁ ୧ ମିନିଟ୍ ଯାଏଁ ଧୀମା ଆଞ୍ଚରେ ବସାଇ ଓହ୍ଲାଇବା ପରେ ଉଭୟ ପାଣି ଓ ଚୋପାକୁ ଥଣ୍ଡା ହେବା ଯାଏଁ ରଖନ୍ତୁ।
/sambad/media/post_attachments/wp-content/uploads/2018/12/Potato-Peels-for-Grey-Hair_Slide_4.jpg)
କେମିତି କରିବେ ବ୍ୟବହାର
କେଶ ଧୋଇବା ପରେ ଓଦା ଥିବା ଅବସ୍ଥାରେ ଆଳୁ ଚୋପାରୁ ତିଆରି ହୋଇଥିବା ପାଣିକୁ ମୁଣ୍ଡରେ ଘଷନ୍ତୁଓ ଅଧ ଘଣ୍ଟା ଛାଡ଼ି ଦିଅନ୍ତି। ଏହା ପରେ ଥଣ୍ଡା ପାଣିରେ କେଶକୁ ଧୋଇ ଦିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Potato-Peels-for-Grey-Hair_Slide_1.jpg)