ଶୀତ ଦିନେ ଖଜୁରି ନିଶ୍ଚୟ ଖାଆନ୍ତୁ!

ଶୀତଦିନ ଆସିବା ମାତ୍ରେ ଅନେକ ଋତୁଜନିତ ରୋଗ ହୋଇଥାଏ। ଶୀତଦିନେ ବିଶେଷକରି ଥଣ୍ଡା ଜ୍ୱର ସହିତ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ହୋଇଥାଏ। ଖଜୁରି ଖାଇବା ଦ୍ୱାରା ଏହିସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଖଜୁରିକୁ କେହି କେହି ଓଷଧ ରୂପେ ବ୍ୟବହାର କରିଥାନ୍ତି। ଏଥିରେ ଥିବା କାର୍ବୋହାଇଡ୍ରେଟ୍‌ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ସାଧାରଣତଃ ମଧୁମେହ ରୋଗୀମାନେ ଏହାକୁ ପ୍ରତିଦିନ ଖାଇବା ଉଚିତ। ଶୀତଦିନେ ନିୟମିତ ଖଜୁରି ସେବନ ଦ୍ୱାରା ମଣିଷ ଶରୀରକୁ ସତେଜତା ମିଳିଥାଏ। ଏହା ଶରୀରକୁ ମଧ୍ୟ ଶକ୍ତି ଯୋଗାଇଥାଏ। କିନ୍ତୁ ଶରୀରର ଓଜନ କମାଇବାରେ ଏହା ବେଶ୍‌ ଉପଯୋଗୀ। ଆସନ୍ତୁ ଜାଣିବା ଖଜୁରିର ଉପକାରୀ ଗୁଣ ବିଷୟରେ:
l ଖଜୁରିରେ ଆଇରନ୍‌, ମିନେରାଲ୍‌, କ୍ୟାଲ୍‌ସିୟମ୍‌, ଏମିନୋ ଏସିଡ୍‌ ଓ ଫସଫରସ୍‌ ଭରପୂର ମାତ୍ରାରେ ରହିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଆମ ଶରୀରକୁ ଭିଟାମିନ୍‌- ବି୧, ଭିଟାମିନ୍‌- ବି୨, ଭିଟାମିନ୍‌-ବି୩, ଭିଟାମିନ୍‌-ବି୫, ଭିଟାମିନ୍‌- ଏ୧ ଏବଂ ଭିଟାମିନ୍‌-ସି ମିଳିଥାଏ। ଶୀତଦିନେ ଅତିକମ୍‌ରେ ଦୁଇରୁ ତିନିଟି ଖଜୁରି ଖାଇଲେ ଶରୀରକୁ ଲାଭ ମିଳିଥାଏ।
l ଖଜୁରିରେ ୫୪ ପ୍ରତିଶତ ପ୍ରାକୃତିକ ସୁଗାର୍‌ ଏବଂ ୭ ପ୍ରତିଶତ ପ୍ରୋଟିନ୍‌ ରହିଥାଏ। ଏହା ହୃଦ୍‌ରୋଗୀମାନଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ହୃଦ୍‌ରୋଗୀମାନେ ଦିନକୁ ୩ରୁ ୪ଟି ଖଜୁରି ଖାଇବା ଉଚିତ। କାରଣ ଖଜୁରି ଶରୀରରେ ଥିବା କୋଲେଷ୍ଟେରୋଲ୍‌କୁ ନିୟନ୍ତ୍ରଣ କରିଥାଏ। ଯାହାଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା କମ୍‌ ହୋଇଥାଏ।
l ଖଜୁରିରେ ପ୍ରଚୁର ପରିମାଣରେ ଗ୍ଲୁକୋଜ୍‌ ଥାଏ ଯାହା ଶରୀରରେ ରୋଗ ପ୍ରତିରେଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଯଦି ଶରୀରରେ ତୁରନ୍ତ ଫୂର୍ତ୍ତି ଚାହୁଛନ୍ତି, ତେବେ ନିୟମିତ ଖଜୁରି ଖାଆନ୍ତୁ।
l ଖଜୁରିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍‌ ଓ ଫାଇବର୍‌ ରହିଥାଏ। ଏହାଛଡ଼ା ଖଜୁରିରେ ଅଧିକ ମାତ୍ରାରେ ଆଇରନ୍‌ ରହିଥାଏ। ଯେଉଁ ବ୍ୟକ୍ତି ଅଧିକରୁ ଅଧିକ ଥକି ପଡୁଛନ୍ତି ଏବଂ ଦୁର୍ବଳ ଅନୁଭବ କରୁଛନ୍ତି ସେମାନେ ଦିନକୁ ୩ରୁ ୪ଟି ଖଜୁରି ଖାଇବା ଉଚିତ। ନିୟମିତ ଖଜୁରି ସେବନ କରିବା ଦ୍ୱାରା ଶରୀରରେ ଆଇରନ୍‌ ମାତ୍ରା ବଢ଼ିଥାଏ।
l ଖଜୁରିରେ କମ୍‌ ସୋଡିୟମ୍‌ ଏବଂ ଅଧିକ ମାତ୍ରାରେ ମିନେରାଲ୍‌ସ୍‌ ରହିଥାଏ। ଯାହା ଆମ ଶରୀରର ହାଡ଼ ମଜଭୁତ କରିବାରେ ସାହାଯ୍ୟ କରିଥାଏ।
l ରାତିସାରା ଖଜୁରିକୁ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ସମ୍ବନ୍ଧିତ ଖବର