/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_2.jpg)
ମେହେନ୍ଦି କେଶକୁ ଅନେକ ଫାଇଦା ଦେଇଥାଏ, ଏଥିରୁ କଣ୍ଡିସନିଂ ହେବା ସହ କେଶକୁ ସାଇନିଂ ମଧ୍ୟ କରିଥାଏ। ବିୟୁଟି ଏକ୍ସପର୍ଟ୍ଙ୍କ କହିବା ଅନୁସାରେ ନୀଳ ପାଉଡର ସହ ମେହେନ୍ଦିକୁ ମିଶାଇ କେଶରେ ଲଗାଇଲେ ଧଳା କେଶକୁ ପୁଣି କଳା କରିପାରିବେ। ଜାଣନ୍ତୁ କେମିତି ତିଆରି କରିବେ ଓ କେମିତି କେଶରେ ପ୍ରୟୋଗ କରିବେ...
/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_3-2.jpg)
ନୀଳ ପାଉଡର କ’ଣ: ଏହା ଗୋଟିଏ ଗଛ, ଯାହାର ପତ୍ରକୁ ଶୁଖାଇ ପାଉଡର ତିଆରି କରାଯାଏ। ଏହା ପ୍ରାୟ ସମସ୍ତ ଆୟୁର୍ବେଦ ଦୋକାନରେ ମିଳିଥାଏ।
/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_4.jpg)
କେମିତି ତିଆରି କରିବେ: ଏକ ଲୁହା କଡ଼େଇ କିମ୍ବା ଲୁହାର ପାତ୍ରରେ ନିଜ କେଶର ପରିମାଣ ହିସାବରେ ମେହେନ୍ଦି ନିଅନ୍ତୁ। ଏଥିରେ ୧ ରୁ ୨ ଚାମଚ ଦହି ମିଶାନ୍ତୁ। ଦହି ନ ଥିଲେ କାଗେଜିଲେମ୍ବୁ ବ୍ୟବହାର ମଧ୍ୟ କରିପାରିବେ।
/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_5.jpg)
ଏବେ ଏଥିରେ ନୀଳ ପାଉଡର୍ ମିଶାନ୍ତୁ; ୧୦୦ ଗ୍ରାମ୍ ମେହେନ୍ଦି ସହ ୧୦ ଗ୍ରାମ୍ ନୀଳ ପାଉଡର ମିଶାନ୍ତୁ ଓ ଅଧଘଣ୍ଟା ପାଇଁ ରଖି ଦିଅନ୍ତୁ।
/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_6.jpg)
ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ କେଶରେ ଲଗାଇ ୪୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଶୁଖିଲା ପରେ ସାଦା ପାଣିରେ ଧୋଇଦିଅନ୍ତୁ। (ଧ୍ୟାନ ରଖନ୍ତୁ – ଏହା ପରେ ସାମ୍ପୁ କିମ୍ବା ସାବୁନ ଲଗାନ୍ତୁ ନାହିଁ। ଗୋଟିଏ ଦିନ ପରେ ଲଗେଇ ପାରନ୍ତି।)
/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_7.jpg)
କେଶକୁ ସଫା କରି ଏହାକୁ ଲଗାନ୍ତୁ। ଧ୍ୟାନ ରଖନ୍ତୁ ଯେମିତି କେଶରେ ତେଲ ଲାଗି ନ ଲାଗିଥାଏ। ଏହାକୁ ଲଗାଇବା ପୂର୍ବରୁ ସାମ୍ପୁରେ କେଶ ଧୁଅନ୍ତୁ ଯାହା ଫଳରେ ଏହାର ରେଜଲ୍ଟ ଭଲ ଦେଖାଯିବ। ପ୍ରଥମ ଥର ବ୍ୟବହାରରୁ ହିଁ ଏହାର ସୁଫଳ ଦେଖିବାକୁ ମିଳିଥାଏ। ଧଳା କେଶ କଳା ହୋଇଯାଏ।
/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_8.jpg)
ଏହାକୁ ସପ୍ତାହରେ ୨ ଥର ଲଗାଇ ପାରନ୍ତି। ଏହାକୁ ୪ରୁ ୫ ଥର ବ୍ୟବହାର କଲାପରେ କଳା କେଶ ଧଳା ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/Hair-Black-with-Henna_Slide_1.jpg)