ଶୀତ ଦିନେ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ପିଅନ୍ତୁ ଏହି ସବୁ ସବୁଜ ପରିବାର ଜୁସ୍‌…

ମୋଟପଣକୁ ନେଇ ଆଜି କାଲି ସମସ୍ତେ ଚିନ୍ତିତ । ଖାଇବାରେ ଠିକଣା ନ ରହିବା ଏବଂ ଭୁଲ ସମୟରେ ଭୁଲ ଖାଦ୍ୟ ଖାଉଥିବା ହେତୁ ଏବେ ଲୋକମାନଙ୍କ ଓଜନ ବଢ଼ିବାରେ ଲାଗିଛି । ଯାହା ଏକ ଗମ୍ଭୀର ସମସ୍ୟା ପାଲଟିଛି । ମୋଟାପଣ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ମୋଟାପଣ ପାଇଁ ମଧ୍ୟ ଅନେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଶୀତ ଦିନେ ଅଧିକ ଥଣ୍ଡା ହେଉଥିବା ବେଳେ ଲୋକମାନେ ସକାଳ ସମୟରେ ଉଠି ନ ପାରିବା ସହ ବ୍ୟାୟାମ କରି ପାରନ୍ତି ନାହିଁ । ଯାହାଦ୍ୱାରା ଓଜନ ବଢ଼ିବାର ସମସ୍ୟା ଦେଖା ଯାଇଥାଏ । ତେବେ ଶୀତ ଦିନେ ଆପଣ ଓଜନ କମାଇବା ପାଇଁ ଏହି ସବୁ ସବୁଜ ପରିବାର ଜୁସ୍‌ ତିଆରି କରି ପିଇ ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ……

୧.ଓଜନ କମ୍‌ କରିବା ପାଇଁ କାକୁଡ଼ିର ରସ ସବୁଠାରୁ ଲାଭଦାୟକ । ଏହାର ସେବନ କରିବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ । ଯାହାଦ୍ୱାରା ଶରୀରରୁ ସବୁଠାରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । କାକୁଡ଼ିର ରସ ଶରୀରର ଫ୍ୟାଟ୍‌ କମ କରିବା ସହ ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇଥାଏ ।

Dailyhunt

୨.ଧନିଆ ଜୁସ୍‌ରେ କମ୍‌ କ୍ୟାଲୋରୀ ରହିଥାଏ । ଯାହାର ସେବନ କରିବା ଦ୍ୱାରା ଭୋକ କମ୍‌ ଲାଗିବା ସହ ଓଜନ ତୁରନ୍ତ କମ୍‌ ହୋଇଥାଏ ।

୩.ଶୀତ ଦିନେ ଗାଜର ଖାଇବା ଏବଂ ଏହାର ରସ ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ,ଯାହା ଓଜନକୁ କମ କରିଥାଏ ।

NDTV Food

୪.ପତ୍ର କୋବିର ଜୁସ୍‌ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭୋକ କମ୍‌ ଲାଗିଥାଏ । ଏଥିରେ ଥିବା ଭିଟାମିନ୍‌ ସି ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ମେଟାବଲିଜିମ୍‌କୁ ସୁସ୍ଥ ରଖିବା ସହ ଓଜନ କମ କରିଥାଏ ।

ସମ୍ବନ୍ଧିତ ଖବର