ଏଭଳି କମ୍‌ ମୂଲ୍ୟର ପରିବା ବି ଶରୀରପାଇଁ ଖୁବ୍ ଭଲ

ସମସ୍ତେ ଜାଣନ୍ତି ଯେ ଫଳ ଏବଂ ପନିପରିବାରେ ରହିଛି ଭିଟାମିନ୍। ହେଲେ କେବଳ ଯେ ସେଓ ,ନାସପାତି ,ଅଙ୍ଗୁର ଭଳି ଦାମୀ ଫଳରେ ରହିଛି ପ୍ରଚୁର ଭିଟାମିନ୍‌, ଯାହା ଶରୀରକୁ ପୋଷଣ କରିଥାଏ,ତା’ ନୁହେଁ ଏଭଳି କମ୍‌ ମୂଲ୍ୟର ପରିବାରେ ମଧ୍ୟ ରହିଛି ଭଲ ନିଉଟ୍ରିସନ୍‌। ଆସନ୍ତୁ ଜାଣିବା ସେଭଳି ପନିପରିବା ସଂପର୍କରେ।

ଗାଜର ଭିଟାମିନ୍‌ର ସବୁଠୁଁ ଭଲ ଉତ୍ସ।ଯଦି ଆପଣଙ୍କୁ ଏହାକୁ ଖାଇବା ଲାଗି ଭଲ ଲାଗେ,ତେବେ ଏହା ଖୁବ୍‌ ଭଲ ଖବର।କାରଣ ଅନ୍ୟ ପରିବା ତୁଳନାରେ ଏଥିରେ ଅଧିକ ପୁଷ୍ଟିଗତ ତତ୍ତ୍ୱ ରହିଛି।ଯଦି ଅପଣ ମେଥି ଖାଉଛନ୍ତି,ତେବେ ତାହା ମଧ୍ୟ ଶରୀରକୁ ପୋଷଣ ଦେଇଥାଏ।ଏହା କୋଲେଷ୍ଟ୍ରଲ୍‌ କମ୍‌ କରିବାରେ ସହାୟକ ହୋଇଥାଏ।ଏତଦ୍‌ବ୍ୟତୀତ,ଡ଼ାଇବେଟିସ୍‌ ଆଦି ରୋଗ ପାଇଁ ମଧ୍ୟ ଲାଭଦାୟକ।

photo-organicfacts.net

ଲେମ୍ବୁରେ ଭିଟାମିନ୍‌ ‘ସି’ର ମାତ୍ରା ଅଧିକ। ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ବି ଅଛି। ଯଦି ଆପଣ ଲେମ୍ବୁ ଖାଆନ୍ତି,ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ। ଅଅଁଳାରେ ବି ଲେମ୍ବୁ ଭଳି ପ୍ରଚୁର ପରିମାଣରେ ଭିଟାମିନ୍‌ ‘ସି’ଅଛି। ଏଥିରେ ଆଇରନ୍‌ ଓ ଆଣ୍ଟି ଅକ୍ସିଡ଼େଣ୍ଡ୍‌ ଅଧିକ ମାତ୍ରାରେ ଥିବା କାରଣରୁ ଆପଣଙ୍କୁ ଅଧିକ ଯୁବା ଦିଶିବା ଭଳି ରଖିଥାଏ। ଏହାର ସେବନ ଯୋଗୁଁ ହାନିକାରକ ଟକ୍ସିନ୍‌ ରୁ ମଧ୍ୟ ରକ୍ଷା କରିଥାଏ।

photo- blogspot.com

ଓଲ ବା ମାଟି ଆଳୁ ମଧ୍ୟ ଶରୀର ପାଇଁ ଉପକାରୀ।ଏଥିରେ ପ୍ରଚୁର ପରିମାଣରେ ଶର୍କରା ରହିଛି। ଉଭୟରେ ଶର୍କରାର ମାତ୍ରା ସମାନ ଥିବା ହେତୁ ଏହା ସମାନ ଭାବେ ଲାଭଦାୟକ।ଏହା ବାନ୍ତିଜନିତ ସମସ୍ୟା ପାଇଁ ସବୁଠୁଁ ବେଶି ଉପକାରୀ!

ସମ୍ବନ୍ଧିତ ଖବର