ବନ୍ଧାକୋବି, ଶାଗ, ଧନିଆ ଓ ପୋଦିନା ପତ୍ର ଆଦି ଖାଇବା ବହୁତ ଭଲ, ଜାଣନ୍ତୁ କାରଣ

ଆମେ ପ୍ରତ୍ୟହ କେତେକ ପନିପରିବାକୁ ରାନ୍ଧି ତରକାରୀ ବା ଭଜା ଆକାରରେ ଖାଉଛୁ । କିନ୍ତୁ ଅଧିକାଂଶ ପନିପରିବାକୁ ରାନ୍ଧିବା ପରେ ପୁଷ୍ଟିତତ୍ତ୍ୱ ନଷ୍ଟ ହୋଇଥାଏ । ଏହା ଛଡ଼ା ଆପଣଙ୍କର ପାଚନ କ୍ରିୟା ମଧ୍ୟ ଦୁର୍ବଳ ହୋଇଥାଏ ।

ଏଣୁ ଆପଣ ଯଦି ସୁସ୍ୱାସ୍ଥ୍ୟ ଚାହାଁନ୍ତି, ତେବେ ଆପଣଙ୍କ ଭୋଜନରେ ନିୟମିତ ଭାବେ କଞ୍ଚା ପରିବାକୁ ସାମିଲ କରନ୍ତୁ । ଏବେ ଜାଣନ୍ତୁ କଞ୍ଚା ପରିବା ଖାଇବା ଦ୍ୱାରା କି ଉପକାର ହୋଇଥାଏ ।

photo-amarujala

କଞ୍ଚା ପରିବା ଖାଇ ନ ପାରିଲେ ଫଳ ଗ୍ରହଣ କରିବା ଉଚିତ୍‌ । କାରଣ ପ୍ରତ୍ୟେକ ଫଳରେ ରହିଛି ପ୍ରଚୁର ମାତ୍ରାରେ ଭିଟାମିନ୍‌ ଓ ମିନେରାଲସ । ତାଜା ଫଳରେ କ୍ୟାଲୋରି ମଧ୍ୟ କମ୍‌ ହୋଇଥାଏ । ଫଳ ସେବନ କରିଲେ ହଜମ ପ୍ରକ୍ରିୟା ଅଧିକ ନିୟନ୍ତ୍ରିତ ହୋଇଥାଏ । କଦଳୀ, ଅମୃତ ଭଣ୍ଡା ଓ ପିଜୁଳି ଆଦି ଫଳ ଏଥିପାଇଁ ମହୋଷଧି ସଦୃଶ ।

photo-youtube

ପରିବାରେ ପତ୍ର ଥିଲେ ସେଥିରେ ଅଧିକ ମାତ୍ରାରେ ପ୍ରୋଟିନ୍‌ ଥାଏ । ଏଦୃଷ୍ଟିରୁ ଏଭଳି ପରିବା ଖାଇଲେ ସ୍ୱାସ୍ଥ୍ୟ ଭଲ ରହେ । ବିଶେଷ କରି ଶାଗ, ବନ୍ଧାକୋବି, ଧନିଆ, ପୋଦିନା ପତ୍ର ଓ ମଟର ଆଦି ଲାଭପ୍ରଦ ।

ପରିବାକୁ ରାନ୍ଧିବା ବେଳେ ସେଥିରେ ମସଲା ମିଶାଇଲେ ପରିବାର ମୌଳିକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ତା’ଛଡା ତେଲ, ମସଲା ପେଟରେ ମଧ୍ୟ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏଣୁ କେତେକ ପରିବା କଞ୍ଚା ଖାଇବା ଭଲ ।

ସମ୍ବନ୍ଧିତ ଖବର