ନୂୂଆଦିଲ୍ଲୀ: ସଂପ୍ରତି କେବଳ ମାତ୍ର ଯୁବପିଢ଼ି ନୁହନ୍ତି; ଆବାଳବୃଦ୍ଧବନିତା ସମସ୍ତଙ୍କ ହାତରେ ମୋବାଇଲ ଫୋନ। ଆଉ ସମସ୍ତେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଖୁବ ସକ୍ରିୟ। କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ସୋସିଆଲ ମିଡିଆ ଫଲୋୟର୍ସ ସଂଖ୍ୟା ଓ ଲୋକପ୍ରିୟତା ବଢାଇବାକୁ କିଛି ବି କରିପାରନ୍ତି। ସୋସିଆଲ ମିଡିଆରେ ସୁନାମ ଅର୍ଜନ କରିବା ପାଇଁ ଲୋକମାନେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବା ପାଇଁ ସୁଦ୍ଧା ପଛଘୁଞ୍ଚା ଦେଉ ନାହାନ୍ତି। କେହି କେହି ଅଜବ ପୋଷାକ ପିନ୍ଧି ଆସୁଛନ୍ତି ତ, ଆଉ କିଛି ବିପଜ୍ଜନକ ଷ୍ଟଣ୍ଟ କରୁଛନ୍ତି। ବର୍ତମାନ ସମୟରେ ଏହା ଅଧିକରୁ ଅଧିକ ଦେଖାଯାଇଛି। ଏମିତି ମଧ୍ୟ କିଛି ଘଟଣା ଅଛି ଯେଉଁଥି ପାଇଁ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ନିକଟରେ, ଜଣେ ଝିଅ ମେଟ୍ରୋରେ ବିକିନି ପିନ୍ଧି ଯାତ୍ରା କରିବା ପାଇଁ ଖୁବ ଚର୍ଚ୍ଚାରେ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ଏତେ ବହୁତ ବଢିଯାଇଛି। ଆଉ ଏବେ ଏହାକୁ ଦେଖି ମନେ ହୁଏ ଯେ ସେ କେବଳ ନିଜ ଲୋକପ୍ରିୟତା ବଢାଇବାକୁ ହିଁ ଏହା କରିଥିଲେ। ଆସନ୍ତୁ ଜାଣିବା ଏହିପରି କିଛି ଘଟଣା ସଂପର୍କରେ...

Advertisment

ଭିଡିଓରେ ଦେଖାଯାଇଛି ଯେ ଜଣେ ଯୁବକ ଦିଲ୍ଲୀ ମେଟ୍ରୋରେ ଟାୱେଲ ପିନ୍ଧି ବୁଲୁଛନ୍ତି । ଏହି ସମୟରେ ସେଠାରେ ଥିବା ଲୋକମାନେ ସେହି ଯୁବକଙ୍କୁ ଦେଖି ହସିବା ଆରମ୍ଭ କରନ୍ତି। ସେ ତାଙ୍କ ନାମ ମୋହିତ ଗୌହର ବୋଲି କହିଛନ୍ତି ଓ ଇନଷ୍ଟାଗ୍ରାମରେ ତାଙ୍କର ୧୬ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି। ଏହି ଯୁବକ ଜଣଙ୍କ ପୂର୍ବରୁ ମଧ୍ୟ ଲାଇକ ଓ ଫଲୋୟର୍ସଙ୍କ ପାଇଁ ମଲ୍ ଓ ମେଟ୍ରୋରେ ଏପରି ଟାୱେଲ ପିନ୍ଧି ବୁଲିଛନ୍ତି।

ସୋସିଆଲ ମିଡିଆରେ ଏହି ଯୁବକ ଖୁବ ଲୋକପ୍ରିୟ। ନିଜ ପୋଷାକ ପାଇଁ ତାଙ୍କୁ ଉର୍ଫି ଜାଭେଦ୍ ସହିତ ତୁଳନା କରାଯାଏ। ଏକ ଭିଡିଓରେ ଯୁବକ ଜଣକ ନାଲି ଲଙ୍କାକୁ ପୋଷାକ ଭାବେ ପିନ୍ଧିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହୋଇଥିଲା। ଯୁବକଙ୍କ ନାମ ତରୁଣ ବୋଲି ଜଣାପଡିଛି। ସେ ବାସନରୁ ଆରମ୍ଭ କରି ପ୍ଲାଷ୍ଟିକ ପର୍ଯ୍ୟନ୍ତ ଆଦିକୁ ପୋଷାକ ତିଆରି କରି ପିନ୍ଧିଛନ୍ତି।

ଆଉ ଏହି ଭାଇରାଲ ଭିଡିଓଟି ନୋଏଡାର ହୋଇଥିବା ସୂଚନା ରହିଛି। ଏଥିରେ ଦୁଇ ଯୁବକ କାର ଝରକାରୁ ବାହାରକୁ ଆସି ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ପରେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଠେଇଶ ହଜାର ଟଙ୍କାର ଚାଲାଣ କାଟିଛି। ଜଣେ ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ନୋଏଡା ଟ୍ରାଫିକ ପୁଲିସକୁ ମଧ୍ୟ ଟ୍ୟାଗ କରିଥିଲେ।

ଛତିଶଗଡର ବିଲାସପୁର ସାଇନ୍ସ କଲେଜରେ ଜଣେ ଛାତ୍ର ଛାତରୁ ଖସିପଡି ମୃତ୍ୟୁ ବରଣ କରିଥିଲେ। ଛାତ୍ର ଜଣକ ଏକ ରିଲ୍ ତିଆରି କରୁଥିଲା, ଆଉ ସେହି ସମୟରେ ଭାରସାମ୍ୟ ହରାଇବା କାରଣରୁ ତାଙ୍କ ପାଦ ଖସିଯାଇଥିଲା। ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଛାତ୍ରର ବୟସ ପ୍ରାୟ ୨୦ ବର୍ଷ ବୋଲି କୁହାଯାଉଛି।

ପାକିସ୍ତାନରେ ମଡେଲ ସମେତ କିଛି ଟିକଟକର ଫଲୋୟର୍ସ ବଢାଇବା ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ବିଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଜଣେ ପାକିସ୍ତାନୀ ମଡେଲ ଗାଉନ ପିନ୍ଧିଥିବାର ଦେଖାଯାଇଥିବାବେଳେ ତାଙ୍କ ପଛରେ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖାଯାଇଛି। ଅନ୍ୟ ଏକ ଭିଡିଓରେ କିଛି ଲୋକ ନିଆଁ ଲଗାଇଥିବାର ନଜର ଆସିଥିଲେ।

ଏହି ଯୁବତୀ ଜଣଙ୍କ ନିକଟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲେ। ଯୁବତୀ ଜଣକ ଦିଲ୍ଲୀ ମେଟ୍ରୋରେ ବିକିନି ପିନ୍ଧି ଯାତ୍ରା କରୁଥିବା ନଜର ଆସିଛନ୍ତି। ଏଥିପାଇଁ ତାଙ୍କୁ ପିଙ୍କ ଲାଇନରେ ବ୍ୟାନ ମଧ୍ୟ କରାଯାଇଛି। କିନ୍ତୁ ସେ ସହଜରେ ବ୍ଲୁ ଲାଇନରେ ଯାତ୍ରା କରିପାରନ୍ତି। ସେ କହିଛନ୍ତି ଯେ ସେ ତାଙ୍କ ସ୍ୱାଧୀନତା ପାଇଁ ଏହା କରୁଛନ୍ତି। ତାଙ୍କ ଭିଡିଓ ଭାଇରାଲ ହେବା ପୂର୍ବରୁ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସ ୨୬ ଶହ ଥିଲେ କିନ୍ତୁ ବର୍ତ୍ତମାନ ଏହା ୩୬ ହଜାର ହୋଇଯାଇଛି।