ଶରୀର ପାଇଁ ସବୁ ପ୍ରକାରର ଭିଟାମିନ୍ର ଆବଶ୍ୟକତା ରହିଛି। କେଉଁ ଗୋଟାଏ ଭିଟାମିନ୍ର ଅଭାବ ରହିଲେ ବ୍ୟକ୍ତି ଅସୁସ୍ଥ ହୋଇପଡ଼େ। ମାତ୍ର ବେଳେ ବେଳେ କେଉଁ ଭିଟାମିନ୍ର ଅଭାବ ରହିଛି ତାହା ସହଜରେ ଜାଣିହୁଏ ନାହିଁ। ମାତ୍ର ଆପଣଙ୍କର ଯଦି ନିମ୍ନରେ କୁହାଯାଇଥିବା ସମସ୍ୟା ଗୁଡ଼ିକ ରହିଛି ତେବେ ଆପଣଙ୍କ ଶରୀରରେ ଭିଟାମିନ ‘ଡି’ର ଅଭାବ ରହିଛି।
ଭିଟାମିନ୍ ଡିର ଅଭାବ ହେଲେ ବିଶେଷ କରି ମୁଣ୍ଡରୁ ବହୁତ ପରିମାଣର ଝାଳ ବାହାରିବ। ଶରୀରର ଅନ୍ୟ ଅଙ୍ଗରୁ ବି ଝାଳ ବାହାରିଥାଏ ‘ଡି’ର ଅଭାବରେ। ଏହାବ୍ୟତୀତ ଭୋକ ମଧ୍ୟ ଭଲ ହେବ ନାହିଁ। ଶରୀର ଗରମ ରହିବା ହେତୁ ନିଦ ଖୁବ୍ କମ୍ ହେବ। ଯେତେ ଚିକିତ୍ସାରେ ରହିଲେ ବି ମୁହଁରୁ ବ୍ରଣ କମିବ ନାହିଁ। ଏହା ବ୍ୟତୀତ କେଶ ଝଡ଼ିବା ବି ଏକ ସାଧାରଣ କଥା ପାଲଟିଯିବ। ଭିଟାମିନ୍ ‘ଡି’ର ଅଭାବ ରହିଲେ ହାଡ଼ ଦୁର୍ବଳ ରହେ। ଶରୀରରେ କ୍ୟାଲିସ୍ୟମ ଭାଗକୁ ବି ଏହା ପ୍ରଭାବିତ କରେ।
ତେବେ ଆପଣ ଯଦି ନିଜ ଶରୀରରେ ଏହି ଭିଟାମିନ୍ର ଅଭାବ ରହୁ ବୋଲି ଚାହାନ୍ତି ନାହିଁ ତେବେ ଆପଣଙ୍କୁ ଚୁନା ମାଛ, ଖିର ଓ ଦୁଗ୍ଧ ଜାତୀୟ ଖାଦ୍ୟ ଓ ଫଳ ଖାଇବା ପାଇଁ ପଡ଼ିବ।