ସୂର୍ଯ୍ୟାଦୟ ପରେ ଗର୍ଭବତୀ ମହିଳାମାନେ କରନ୍ତୁ ନାହିଁ ଏହି କାମ!

ଭିଟାମିନ୍‌ ଡ଼ି ତ ସମସ୍ତଙ୍କ ପାଇଁ ଜରୁରୀ। କିନ୍ତୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହାର ଆବଶ୍ୟକତା ଟିକେ ଅଧିକ। କେବଳ ମାଆଙ୍କ ପାଇଁ ନୁହେଁ,ବରଂ ଗର୍ଭସ୍ଥ ଶିଶୁର ସାମଗ୍ରିକ ବିକାଶ ଲାଗି ମଧ୍ୟ ଭିଟାମିନ୍‌ ଡି ଜରୁରୀ। କାରଣ ଗର୍ଭାବସ୍ଥାରେ ଯଦି ମହିଳାଙ୍କ ଶରୀରରେ ଭିଟାମିନ୍‌ ଡ଼ି ର ମାତ୍ରା କମ୍‌ ହୋଇଯାଏ,ତେବେ ଶିଶୁର ରୋଗ ପ୍ରତିରୋଧକ କ୍ଷମତା ବି କମିଯାଏ।

ପ୍ରକୃତରେ ସୂର୍ଯ୍ୟ କିରଣର ସହାୟତାରେ ମହିଳାଙ୍କ ଶରୀରରେ ଫୋଟୋନ୍‌ ପର୍ଯ୍ୟାପ୍ତ ମାତ୍ରାରେ ପ୍ରବେଶ କରିଥାଏ। ଯାହା ମାଆଙ୍କ ଶରୀରରେ ଭୃଣରେ ମେଲାନୋଗ୍‌ସିନ୍‌ ନାମକ ପ୍ରୋଟିନ୍‌ର ପ୍ରସ୍ତୁତ କରିଥାଏ। ଏହି ପ୍ରୋଟିନ୍‌ ଭୃଣରେ ସୁସ୍ଥ ରକ୍ତବାହିକା ଓ ଆଖିରେ ରେଟିନାଲ୍‌ ନ୍ୟୁରାନ୍‌ର ବିକାଶରେ ସହାୟକ ହୋଇଥାଏ।

ଏହି ପ୍ରୋଟିନ୍‌ କମ୍‌ ହୋଇଗଲେ ଶିଶୁର ବ୍ୟବହାର ମଧ୍ୟ ପ୍ରଭାବିତ ହୋଇଥାଏ। ଖାଲି ସେତିକି ନୁହେଁ ,ଏହାଫଳରେ ଶିଶୁର ଓଜନ ମଧ୍ୟ ସାଧାରଣ ଠାରୁ କମ୍‌ ହୋଇଯାଇଥାଏ। ଏଭଳି ଶିଶୁଙ୍କର ବୃଦ୍ଧି ମଧ୍ୟ ଜନ୍ମରୁ ଧିମା ହୋଇଯାଏ।

ମନେରଖନ୍ତୁ! ଭିଟାମିନ୍‌ ଡ଼ି ର ମୁଖ୍ୟ ଓ ପ୍ରାକୃତିକ ସ୍ରୋତ ହେଲା ସୂର୍ଯ୍ୟ କିରଣ। ଏଣୁ ଗର୍ଭବତୀ ମହିଳାମାନେ ପ୍ରତିଦିନ କିଛି ସମୟ ପାଇଁ ଖରାରେ ଅବଶ୍ୟ ବସିବା ଦରକାର। ଆଉ ଏଥିପାଇଁ ସକାଳ ୭ ଟାରୁ ୧୦ ଟା ଯାଏଁ ସମୟ ସବୁଠାରୁ ଭଲ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର