ଭିଟାମିନ୍ ବି-୧୨ ଶରୀରର ଫ୍ୟାଟ୍କୁ ଏନର୍ଜିରେ ବଦଳାଇଥାଏ। ଏହା ସହ ଡିଏନ୍ଏ ଏବଂ ରେଡ୍ ବ୍ଲଡ୍ ସେଲ୍ସ୍ ତିଆରି କରିଥାଏ। ନଭ୍ର୍ ସିଷ୍ଟମ୍କୁ ଠିକ୍ ଭାବେ କାମ କରାଇବାରେ ଭିଟାମିନ ବି-୧୨ ନିତାନ୍ତ ଆବଶ୍ୟକ। ଏହା କମ୍ ହେଲେ ମସ୍ତିଷ୍କର ଘୋର କ୍ଷତି ହୋଇପାରେ। ଏହାର ପରିମାଣ କମିଗଲେ ଭବିଷ୍ୟତରେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଶରୀରରେ ଭିଟାମିନ୍ ବି-୧୨ ଅଭାବ ହେଲେ ବର୍ଷ ବର୍ଷ ଧରି ଠିକ୍ ଭାବେ କିଛି ଜଣାପଡୁ ନ ଥିଲେ ମଧ୍ୟ ଏହାର କିଛି ଲକ୍ଷଣ ରହିଛି ଯେଉଁଥିରୁ ଆପଣ ଜାଣିପାରି ସଚେତନ ହୋଇ ପାରିବେ।
ଅଧିକାଂଶ ସମୟ ଧରି ଅବସନ୍ନ ଓ ଦୁର୍ବଳ ଲାଗିବା
ରକ୍ତ କମ୍ ହୋଇଯିବା
ହୃଦ୍ ସ୍ପନ୍ଦନ ବଢ଼ିବା
କାଶ ବନ୍ଦ ନ ହେବା
ଲଗାତାର ଅମ୍ଳଦୋଷ ରହିବା
ଶୀଘ୍ର ଓଜନ କମିବା
ସ୍ମରଣଶକ୍ତି କମିଯିବା
ମୁଣ୍ଡବିନ୍ଧା ଲାଗି ରହିବା
ପତଳା ଝାଡ଼ା ସମସ୍ୟା ଲାଗି ରହିବା