ହଠାତ୍ ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖା ଦେଉଛି କି? ଉପଶମ ପାଇଁ ଆପଣାନ୍ତୁ ଏହି ଉପାୟ

ଲୋକମାନଙ୍କ ମନରେ ଗୋଟେ ଭୁଲ ଧାରଣା ରହିଛି କି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଣ୍ଟା ବିନ୍ଧା ସମସ୍ୟା ଆପେ ଆପେ ଦେଖା ଯାଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ବେଳେ ବେଳେ ଠିକ୍‌ ଭାବରେ ବସା ଉଠା ନ କରିବା, ଅଧିକ ଓଜନର ଜିନିଷ ଉଠାଇବା, ଆଘାତ ଲାଗିବା, ଗର୍ଭବସ୍ଥା ଇତ୍ୟାଦି କାରଣରୁ ଅଣ୍ଟା ବିନ୍ଧା ହୋଇଥାଏ ।

ଅଣ୍ଟା ବିନ୍ଧାର ଅନେକ କାରଣ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଲା ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବା । ଯାହା ଦ୍ୱାରା ଏହି ସମସ୍ୟା ଅଧିକ ଦେଖା ଯାଇଥାଏ । ବେଳେ ବେଳେ ଶରୀରର ଓଜନ ଅଧିକ ହେବାରୁ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ । ତେବେ ଆସନ୍ତୁ ଜାଣିବା ହଠାତ୍‌ ଅଣ୍ଟା ବିନ୍ଧା ପରି ସମସ୍ୟା ଦେଖାଗଲେ, ଏହାର ଉପଶମ ପାଇଁ କେଉଁ ଉପାୟ ଆପଣାଇବେ।

୧. ଶରୀରରେ କ୍ୟାଲସିୟମ୍‌ର ପରିମାଣ କମ ହେବା ଦ୍ୱାରା ଏହି ସମସ୍ୟା ଦେଖା ଯାଇପାରେ । ସେଥିପାଇଁ ପ୍ରତିଦିନ କ୍ୟାଲସିୟମରେ ଭରପୂର ଥିବା ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ । ଏହା ସହ ପ୍ରତିଦିନ ଦୁଇ ଗ୍ଲାସ କ୍ଷୀର ନିହାତି ପିଅନ୍ତୁ । ଅଣ୍ଟା ବିନ୍ଧା ଭଳି ସମସ୍ୟା ଦୁର୍ବଳ ହାଡ଼ ପାଇଁ ମଧ୍ୟ ହୋଇଥାଏ । ସେଥିପାଇଁ ସବୁଦିନ ସକାଳେ ୨୫-୩୦ମିନିଟ୍‌ ଚାଲିବା ଆରମ୍ଭ କରନ୍ତୁ ।
୨.ଜୁଆଣିକୁ ତାଓ୍ଵାରେ ଭାଜି ଥଣ୍ଡା ହେବା ପରେ ଚୋବାଇ ପାଣି ପିଅନ୍ତୁ । ଦିନକୁ ୭ଥର ଏପରି କରିବା ଦ୍ୱାରା ଆପଣଙ୍କ ଅଣ୍ଟାବିନ୍ଧାର ସମସ୍ୟା ଦୂର ହୋଇଥାଏ ।

Image result for back pain
Safety+Health Magazine

୩. ଅଣ୍ଟା ବିନ୍ଧା ଦୂର କରିବାର ଆଉ ଏକ ଘରୋଇ ଉପାୟ ହେଉଛି ଅଦା । ଅଦା ରସରେ ଘିଅ ମିଶାଇ ପିଇବା ଦ୍ୱାରା ଅଣ୍ଟା ବିନ୍ଧାରୁ ତୁରନ୍ତ ଆରାମ ମିଳିଥାଏ ।

Image result for ginger
Women’s Health

୪.ବିଭିନ୍ନ ପ୍ରକାରର କଷ୍ଟକୁ ଦୂର କରିଥାଏ ରସୁଣ । ରସୁଣର ୧୦ଟି କୋଲାକୁ ନେଇ ନଡ଼ିଆ ତେଲ ହଳଦିଆ ରଙ୍ଗ ହେବା ପର୍ଯ୍ୟନ୍ତ ମିଶାନ୍ତୁ । ଏହା ପରେ ଏହି ମିଶ୍ରଣକୁ ଅଣ୍ଟାରେ ମାଲିସ କରନ୍ତୁ । ମାଲିସ କରିବା ଦ୍ୱାରା ରକ୍ତପ୍ରବାହ ଠିକ୍‌ ହେବା ସହ ଅଣ୍ଟା ବିନ୍ଧା ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର