ଏଣିକି ଅଣ୍ଟା ଓ ଜଙ୍ଘର ଆକାର ଦେଖି ମଧୁମେହର ଶିକାର ହୋଇଛନ୍ତି କି ନାହିଁ ଘରେ ବସି ଜାଣି ପାରିବେ

ନୂଆଦିଲ୍ଲୀ: ଆଜିକା ସମୟରେ ଅନେକଙ୍କ କ୍ଷେତ୍ରରେ ମଧୁମେହ ରୋଗ ଦେଖା ଦେଲାଣି। ତେବେ ଏପରି ପରିସ୍ଥିତିରେ ଆପଣଙ୍କ ମଧୁମେହ ରୋଗର ଶିକାର ହୋଇଛନ୍ତି କି ନାହିଁ ଯଦି ଜାଣିବାକୁ ଚାହୁଁଛନ୍ତି, କିନ୍ତୁ ଡାକ୍ତରଖାନା ଯିବାକୁ କୁଣ୍ଠାବୋଧ କରୁଛନ୍ତି। ତେବେ ନିଜ ଶରୀର ଅଣ୍ଟା ଓ ଜଙ୍ଘର ଆକାରକୁ ଦେଖି ମଧୁମେହ ରୋଗର ଶିକାର ହୋଇଛନ୍ତି କି ନାହିଁ ତାହା ଜାଣି ପାରିବେ।

ଯଦି ଆପଣଙ୍କ ଅଣ୍ଟାର ଆକାର ଅଧିକ ଓ ଜଙ୍ଘର ଆକାର କମ୍‌ ତେବେ ମଧୁମେହ ରୋଗ ହେବାର ସମ୍ଭାବନା କମ୍‌ ରହିଛି। ସେହିପରି ଅଣ୍ଟାର ଆକାର କମ୍‌ ଓ ଜଙ୍ଘର ଆକାର ଅଧିକ ଥିଲେ ମଧୁମେହ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ।

ଦିଲ୍ଲୀ ଡାକ୍ତର ମଧୁମେହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସ୍କ୍ରିନିଂ ସିଷ୍ଟମ୍‌ର ଡେଭଲପ୍‌ କରିଛନ୍ତି। ଏଥିରେ ଲୋକମାନେ ଘରେ ବସି ନିଜର ଶରୀରକୁ ମଧୁମେହ ରୋଗ କେତେ ପରିମାଣର ଶିକାର କରି ତାହା ଅନୁମାନ ଲାଗାଇ ପାରିବେ। ଅଣ୍ଟା ଓ ଜଙ୍ଘର ରେସିଓ ଯଦି ୨.୩ରୁ ଅଧିକ ତେବେ ମଧୁମେହ ହେବାର ୯୦ପ୍ରତିଶତ ସମ୍ଭାବନା ରହିଛି। ଦିଲ୍ଲୀର ଗଙ୍ଗାରାମ ହସ୍‌ପିଟାଲରେ ମଧୁମେହର ସ୍କ୍ରିନିଙ୍ଗ ପାଇଁ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ୧,୦୫୫ ଜଣ ରୋଗୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର