ଭୁବନେଶ୍ବର: ମୋଟାପଣକୁ ନେଇ ଆପଣ ଚିନ୍ତିତ କି ? ନିଜ ଓଜନ ଠାରୁ ଆପଣଙ୍କ ଶରୀରର ଓଜନ ଅଧିକ ହେଇଯାଉଛି କି ? ଯେତେ ଜିମ୍ ଗଲେ କିମ୍ବା ଘଣ୍ଟା ଘଣ୍ଟା ଧରି ୱାର୍କଆଉଟ୍ କରି ଝାଳ ବୁହାଇଲେ କିଛି ଫାଇଦା ମିଳୁନି କି ? ତାହାଲେ ଚିନ୍ତା କରନ୍ତୁନି... ନିଷ୍ଠାର ସହ ଖାଲି ଚାଲନ୍ତୁ ଦେଖିବେ ପାଦରେ ଚାଲିବା ଦ୍ବାରା ଆପଣଙ୍କ ଶରୀରରେ କେମିତି ଚମତ୍କାରିତା ଦେଖାଦେବ ।
ଚାଲିବା ସହ ସନ୍ତୁଳିତ ଖାଦ୍ୟାହାର କରନ୍ତୁ । ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତୁ ଦେଖିବେ କେତେ ଫାଇଦା ମିଳିବ ।ନିୟମିତ ଚାଲିବା ଦ୍ବାରା ରକ୍ତ ସଂଚାଳନ ଠିକ୍ ରୁହେ, ଶରୀରରେ ଅଧିକା ଫ୍ୟାଟ୍ ଜମାହେବାର ସୁଯୋଗ ପାଏନି । ସବୁଜ ପନିପରିବା ପ୍ରଚୁର ଖାଆନ୍ତୁ, ଫାଷ୍ଟ ଫୁଡରୁ ଦୂରେଇ ରୁହନ୍ତୁ, ଚିନି-ଲୁଣ ସନ୍ତୁଳିତ ମାତ୍ରାରେ ସେବନ କରନ୍ତୁ । ଚାଲିବା ଦ୍ବାରା ମେଟାବୋଲିଜିମ୍ ବଢେ ଯାହା ଦ୍ବାରା ଚିନ୍ତା ଦୂର ହୁଏ ଏହା ମୋଟାପଣ କମିବାରେ ସହାୟ ହୁଏ ।
ଚାଲିବା ଏବଂ ଶୀଘ୍ର ଶୀଘ୍ର ଚାଲିବା ଭିତରେ ଫରକ ଥାଏ । ଯଦି ଆପଣ ଚାଲୁଛନ୍ତି ତାହାଲେ ତ ଆପଣଙ୍କର ମୋଟାପଣ କମିବ କିନ୍ତୁ ଆପଣ ଯଦି ଜୋରରେ ଚାଲୁଛନ୍ତି ତାହାଲେ ଆପଣଙ୍କର ଶରୀରରେ ଜୋରରେ କ୍ୟାଲୋରୀ ବଢେ ଯାହା ଓଜନକୁ ଜଲଦି କମାଇବାରେ ସାହାଯ୍ୟ କରେ । ଗୋଟେ ମିନିଟରେ ପାଖାପାଖି ୧୦୦ ପାଦ ଚାଲିବାକୁ ଚେଷ୍ଟା କରନ୍ତୁ ତାହାଲେ ଯାଇ ଆପଣ ଚୁଟକିରେ ମୋଟାପଣକୁ ଦୂର କରିପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/02/EAt2BJr4u5eqNJm7GGlA.jpg)