ନୂଆଦିଲ୍ଲୀ: ଚାଲିବା ଦେହ ପାଇଁ ଭଲ । ଡାକ୍ତର ବି ଚାଲିବା ପାଇଁ ସବୁବେଳେ ପରାମର୍ଶ ଦିଅନ୍ତି । ସୁସ୍ଥ ରହିବା ପାଇଁ ଦୈନିକ ଚାଲିବା ଆମ ପାଇଁ ଜରୁରୀ । ଏକଥା ଆମେ ସବୁବେଳେ ଶୁଣି ଆସିଛୁ ଆଉ ଜାଣିଛୁ ମଧ୍ୟ । ହେଲେ କେବେ ଅନେକ ସମୟରେ ଅଳସୁଆମି ପାଇଁ ଚାଲିବା ପାଇଁ ଅନେକ ଇଚ୍ଛା ପ୍ରକାଶ କରନ୍ତିନି । ମାତ୍ର ଦୈନିକ କେତେ ବାଟ ଚାଲିବା ଜରୁରୀ ଏ ପ୍ରଶ୍ନ ସବୁବେଳେ ଆମ ମନକୁ ଆସେ.. ଜଣେ ସୁସ୍ଥ ରହିବା ପାଇଁ କେତେ ଚାଲିବା ଦରକାର, ଆସନ୍ତୁ ଜାଣିବା...

Advertisment

ପ୍ରତ୍ୟକ ଦିନ  ୧୦ ହଜାର ଷ୍ଟେପ୍‌  ଚାଲିବା  ଜରୁରୀ କି ?  କଣ କହୁଛନ୍ତି ବୈଜ୍ଞାନିକ  ? ଅନେକ ଦିନ ଧରି ଏକ ଧାରଣା ରହିଆସିଛି ଯେ ସୁସ୍ଥ ରହିବା ପାଇଁ ଦୈନିକ ୧୦,୦୦୦ ଷ୍ଟେପ୍‌  ଚାଲିବା ଆବଶ୍ୟକ। କିନ୍ତୁ, ନିକଟରେ ହୋଇଥିବା ନୂଆ  ଅଧ୍ୟୟନରୁ ଏହି ଧାରଣାକୁ ପରିବର୍ତ୍ତନ କରାଯାଇଛି ।  ବୈଜ୍ଞାନିକମାନଙ୍କ ମତରେ, ସୁସ୍ଥ ରହିବା ପାଇଁ  ୧୦,୦୦୦  ଷ୍ଟେପ୍‌  ଚାଲିବା  ବାଧ୍ୟତାମୂଳକ ନୁହେଁ, ଏହା ଠାରୁ କମ୍ ପାଦ ଚାଲିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ମିଳିପାରି  ।  ଯଦି ଆମେ ୧୦ ହଜାର ନଚାଲି ୭ ହଜାର ଚାଲୁଛନ୍ତି ହାର୍ଟ ଡିଜିଜ୍‌,  ଡିପ୍ରେସନ ଏବଂ ଡାଇବେଟିସ୍‌ ର ବିପଦ ଅଧା କମି ଯାଇଥାଏ ।  

ନିକଟରେ "ଦି ଲାନସେଟ୍ ପବ୍ଲିକ୍ ହେଲ୍ଥ" ପତ୍ରିକାରେ ପ୍ରକାଶିତ ଏକ ବଡ଼ ଧରଣର ଅଧ୍ୟୟନ ଅନୁଯାୟୀ, ଦୈନିକ ୭,୦୦୦ ପାଦ ଚାଲିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିଥାଏ । ଯେଉଁମାନେ ଦୈନିକ ପ୍ରାୟ ୨ହଜାର ପାଦ ଚାଲନ୍ତି, ସେମାନଙ୍କ ତୁଳନାରେ ୭,୦୦୦ ପାଦ ଚାଲୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନିମ୍ନଲିଖିତ ସୁଫଳ ଦେଖିବାକୁ ମିଳିଥିଲା:

-ଅକାଳ ମୃତ୍ୟୁର ଆଶଙ୍କା ୪୭% କମ୍  
-ହୃଦରୋଗର ଆଶଙ୍କା ୨୫% କମ୍ 
-ଡିମେନ୍ସିଆ (ସ୍ମୃତିଶକ୍ତି ହ୍ରାସ) ଆଶଙ୍କା ୩୮% କମ୍ 
-ଡିପ୍ରେସନ ବା ଅବସାଦର ଆଶଙ୍କା ୨୨% କମ୍ 
-ଏପରିକି ଯେଉଁମାନେ ଦୈନିକ ୨,୦୦୦ ପାଦରୁ ବଢ଼ାଇ ୪,୦୦୦ ପାଦ ଚାଲନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଅକାଳ ମୃତ୍ୟୁର ଆଶଙ୍କା ୩୬% ପର୍ଯ୍ୟନ୍ତ କମିଯାଏ 

ବୟସ ଅନୁସାରେ କେତେ ଚାଲିବା ଦରକାର ? 
ବିଶେଷଜ୍ଞଙ୍କ ମତରେ, ଚାଲିବାର ଲକ୍ଷ୍ୟ ବୟସ ଅନୁସାରେ ଭିନ୍ନ ହୋଇପାରେ
-୬୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି: ସର୍ବାଧିକ ସ୍ୱାସ୍ଥ୍ୟ ଲାଭ ପାଇଁ ଦୈନିକ ୮,୦୦୦ରୁ ୧୦,୦୦୦ ପାଦ ଚାଲିବା ଉଚିତ୍। 
୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି: ଏହି ବୟସରେ ଦୈନିକ ୬,୦୦୦ରୁ ୮,୦୦୦ ପାଦ ଚାଲିଲେ ମଧ୍ୟ ସମାନ ସୁଫଳ ମିଳିଥାଏ । 

ନିୟମିତ ଚାଲିବାରେ କଣ ଲାଭ ମିଳେ ?

-ମାଂସପେଶୀ ଓ ଗଣ୍ଠି ସୁସ୍ଥ ରହେ-: ଚାଲିବା ଦ୍ୱାରା ମାଂସପେଶୀ ଶକ୍ତ ହୁଏ ଏବଂ ଗଣ୍ଠିଗୁଡ଼ିକ ସଚଳ ରହେ 
-ରକ୍ତ ସଞ୍ଚାଳନରେ ଉନ୍ନତି-:  ନିୟମିତ ଚାଲିଲେ ହୃତ୍‌ପିଣ୍ଡ ସୁସ୍ଥ ରହେ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଥାଏ
-ମାନସିକ ସ୍ୱାସ୍ଥ୍ୟ-: ଚାଲିବା ଦ୍ୱାରା ମୁଡ୍ ଭଲ ରହେ ଏବଂ ଚିନ୍ତା ଓ ଅବସାଦ କମିଥାଏ। 
-ଓଜନ ନିୟନ୍ତ୍ରଣ-: ଦ୍ରୁତ ଗତିରେ ଚାଲିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୁଏ, ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । 

ଯଦି ଆପଣ ଦୈନିକ ୧୦,୦୦୦ ପାଦ ଚାଲିପାରୁ ନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣଙ୍କ ଲକ୍ଷ୍ୟ ୭,୦୦୦ ରୁ ୮,୦୦୦ ପାଦ ଚାଲିବା ମଧ୍ୟରେ ରଖିପାରିବେ ।  ଯଦି ଆପଣ ପୂର୍ବରୁ ଅଧିକ ଚାଲୁନାହାନ୍ତି, ତେବେ ଧୀରେ ଧୀରେ ଆରମ୍ଭ କରନ୍ତୁ । ପ୍ରତିଦିନ କିଛି ଅଧିକ ପାଦ ଚାଲିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ, କିଛି ନ କରିବା ଅପେକ୍ଷା କିଛି ଚାଲିବା ସବୁବେଳେ ଭଲ ।