କାହାକୁ ନିଜ ପ୍ରତି ଅକୃଷ୍ଟ କରିବାକୁ ଚାହାନ୍ତି କି? ତେବେ, ଆପଣାନ୍ତୁ ଚାଣକ୍ୟଙ୍କର ଏହି ଉପାୟ, ସହଜସାଧ୍ୟ ହୋଇଯିବ ଆପଣଙ୍କ କାମ…

ଆପଣ କ’ଣ କାହାକୁ ଆପଣଙ୍କ ପ୍ରତି ଅକୃଷ୍ଟ କରିବାକୁ ଚହାନ୍ତି କି? କାହାକୁ ବଶୀକରଣ କରିବାକୁ ଚହାନ୍ତି କି? ହଁ ! ଏସବୁ ସହଜ, ସାଧାରଣ ଓ ସରଳ ବ୍ୟାପାର ହୋଇ ନଥିଲେ ସୁଦ୍ଧା ଅସମ୍ଭବ ବ୍ୟାପାର ମଧ୍ୟ ନୁହେଁ। ଏସବୁ ନୀତିନିଷ୍ଟ କାର୍ଯ୍ୟ ହୋଇ ନଥିଲେ ସୁଦ୍ଧା ମଣିଷ ଜୀବନରେ ଏହାର ଆବଶ୍ୟକତା କେବେ ନା କେଉଁଠି, କେଉଁ ନା କେଉଁ ପରିସ୍ଥିତରେ ହେଲେ ସୁଦ୍ଧା ଅତ୍ୟନ୍ତ ଗମ୍ଭୀର ରୂପରେ ଆବଶ୍ୟକ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଆଚାର୍ଯ୍ୟ ଚାଣକ୍ୟ ଅନ୍ୟକୁ ନିଜ ପ୍ରତି ଅକୃଷ୍ଟ କରିବାର କଳା ସଂପର୍କରେ କିଛିଟା ମାର୍ଗ ପ୍ରଦର୍ଶନ କରିଯାଇଛନ୍ତି।

ଅନ୍ୟକୁ ନିଜ ପ୍ରତି ଅକୃଷ୍ଟ ବା ବଶୀକରଣ କରିବାର କଳା ସଂପର୍କରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ସମାଜରେ ସବୁ ବ୍ୟକ୍ତି ସମାନ ଧରଣର ନଥାନ୍ତି। କେହି ଅତ୍ୟନ୍ତ ଚାଲାକ୍‌ ଚତୁର ଥିବାବେଳେ ଆଉ କେହି ଥାଆନ୍ତି ମୂର୍ଖ, ଆଉ କହାର କୌଣସି ପ୍ରତି ଲାଳସା ବା ଲୋଭ ନଥିବା ବେଳେ କେହିକେହି ଥାଆନ୍ତି ଅତ୍ୟନ୍ତ ପରିମାଣର ଲୋଭୀ। ଆଉ ଏହି ମୂର୍ଖ ଓ ଲୋଭୀମାନଙ୍କୁ ବଶୀକରଣ କରିବା ପାଇଁ ବେଶୀ କଷ୍ଟ କରିବାକୁ ପଡ଼ି ନଥାଏ। ସାମନ୍ୟ କଥାରେ ଏମାନେ ବଶୀଭୂତ ହେବା ସହ ବଶମ୍ବଦତା ସ୍ୱୀକାର କରିଥାଆନ୍ତି। ଲୋଭୀକୁ କିଛି ଧନ ଦେବା ସହ ମୂର୍ଖକୁ ମହା ପଣ୍ଡିତ ବୋଲି କହିଦେଲେ ହିଁ ସେମାନେ ବଶୀଭୂତ ହୋଇ ଯାଇଥାଆନ୍ତି। ଆଉ ଯଦି ଜଣେ ବୋକା ଲୋକକ ବଶୀଭୂତ କରିବାକୁ ଚହୁଁଛ ତ ତେବେ ଆଖିବୁଜି ତାହାର ପାଳନ କର; ସେ ଆସିଯିବ ତୁମ କବ୍‌ଜାକୁ। ଆଉ ଯଦି ଜଣେ ଚାଲାକ୍‌ ଚତୁର ଓ ବୁଦ୍ଧିମାନ ଲୋକକୁ ବଶୀଭୂତ କରିବାକୁ ଚହୁଁଛ ତ, ତାହା ବି କିଛି ଅସମ୍ଭବ କାର୍ଯ୍ୟ ନୁହେଁ! ତା’ ସମ୍ମୁଖରେ କେବଳ ମାତ୍ର ସତ୍ୟ ନୀତି ନିଷ୍ଠ କଥାକୁହ; ଦେଖିବ ସେ ନିଜେ ଆସି ତୁମ ପାଲରେ ପଡ଼ିବ।

ଯାହାକୁ ବଶୀଭୂତ କରିବାକୁ ଚହୁଁଛ, ତା’ ସମ୍ମୁଖରେ ନିଜକୁ ସବୁବେଳେ ଜଣେ ସୁଖୀ, ଶିକ୍ଷିତ, ଗୁଣିଜ୍ଞାନି ବ୍ୟକ୍ତି ଭାବେ ପରିଚୟ ଦିଅନ୍ତୁ କାରଣ ଏପରି ବ୍ୟକ୍ତଙ୍କୁ ସମସ୍ତେ ଭଲ ପାଇବା ସହ ସମସ୍ତେ ଏମାନଙ୍କର ନିକଟତର ହେବାକୁ ଚେଷ୍ଟା କରି ଥାଅନ୍ତି। ନିଜ ଭିତରେ ରହିଥିବା ବିଫଳତାର କଥା କାହାକୁ କହନ୍ତୁ ନାହିଁ; ସବୁବେଳେ ଏମିତି ଏକ ଆଚରଣ ପ୍ରଦର୍ଶନ କରନ୍ତୁ ଯେମିତି କି ପୃଥିବୀରେ ଥିବା ସମସ୍ତ ଜିନିଷ ପ୍ରତି ଆପଣ ନିଷୃହ; ଏହିପରି ଭାବେ ଆଚରଣ ପ୍ରଦର୍ଶନ କରନ୍ତୁ ସମସ୍ତଙ୍କ ସହ, ଦେଖିବେ କ’ଣ ଘଟୁଛି ଆପଣଙ୍କ ସହ; ଆପଣଙ୍କର ଚରମ ଓ ପରମ ଶତ୍ରୁମାନେ ସୁଦ୍ଧା ଆପଣଙ୍କ ପ୍ରତି ଅକୃଷ୍ଟ ଓ ବଶୀଭୂତ ହେବା ସହ ଆପଣଙ୍କର ସମସ୍ତ ପ୍ରକାରର ନିର୍ଦ୍ଦେଶକୁ ସମସ୍ତ ନିଷ୍ଠାର ସହ ପାଳନ କରିବାରେ କୁଣ୍ଠିତ ହେବେ ନାହିଁ। ଏକଥା ଆମେ କହୁନାହୁଁ; ଏକଥା ଚାଣ୍ୟକ କହି ଯାଇଥିଲେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ।

 

ସମ୍ବନ୍ଧିତ ଖବର