ଘରେ ଏହି ପଶୁପକ୍ଷୀଙ୍କର ଫଟୋ ଲଗାନ୍ତୁ, ମିଳିବ ସୁଫଳ
ହିନ୍ଦୁଶାସ୍ତ୍ର ଅନୁସାରେ ପଶୁପକ୍ଷୀମାନଙ୍କର ଅନେକ ଗୁରୁତ୍ୱ ରହିଛି । ପଶୁ ବା ପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇ ଥାଆନ୍ତି । ଆଜିକାଲି ସମସ୍ତଙ୍କ ଘରେ ଆପଣମାନେ ପୋଷା ପଶୁ ବା ପକ୍ଷୀ ଥିବା ଦେଖୁଥିବେ ନିଶ୍ଚୟ । କୁହାଯାଏ କି ଘରେ ପଶୁ ବା ପକ୍ଷୀ ରହିଲେ ଘରକୁ ବିପତ୍ତି ଆସି ନ ଥାଏ । ତେବେ ଏହା ମଧ୍ୟ କୁହାଯାଏ କି ଘରେ ପଶୁ ପକ୍ଷୀମାନଙ୍କର ଫଟୋ ଲଗାଇବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରର କେଉଁ କୋଣରେ କେଉଁ ପଶୁମାନଙ୍କର ଫଟୋ ଲଗାଇବା ଶୁଭ?
Sambad is now on WhatsApp
Join and get latest news updates delivered to you via WhatsApp
୧.ହିନ୍ଦୁ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି । ସେମାନଙ୍କ ମଧ୍ୟରେ ୩୩କୋଟି ଦେବାଦେବୀ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି । ଘର ଏବଂ ଦୋକାନର ଉତ୍ତର-ପୂର୍ବ ଦିଗରେ ଗାଈର ଫଟୋ ଟାଙ୍ଗିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ ।
୨. ଦଶ ଅବତାର ମଧ୍ୟରୁ ଗୋଟିଏ ହେଉଛି କଇଁଛ । ଘରେ କଇଁଛ ରଖିବା ଶୁଭ । ଯଦି ପ୍ରକୃତ କଇଁଛ ରଖିବାକୁ ଅସମର୍ଥ, ତେବେ ରୋଷେଇ ଘରେ ଏହାର ଫଟୋ ଟାଙ୍ଗନ୍ତୁ , ସୁଫଳ ମିଳିବ ।
୩. ଭଗବାନ କାର୍ତ୍ତିକେୟଙ୍କ ବାହାନ ମୟୂର । ଘରେ ଟଙ୍କା ରଖୁଥିବା ସ୍ଥାନରେ ମୟୁର ଚୁଳ ରଖିବା ଦ୍ୱାରା ଅର୍ଥାଭାବ ଦେଖା ଦେଇ ନ ଥାଏ ବୋଲି ବିଶ୍ୱାସ ରହିଛି ।
୪. ଗଣେଶଙ୍କ ବାହାନ ହେଉଛନ୍ତି ହାତୀ । ସ୍ୱାମୀ-ସ୍ତ୍ରୀ ଶୋଇବା ଘରେ ଧଳାହାତୀର ଫଟୋ ଲଗାଇବା ଦ୍ୱାର ସୁଖଶାନ୍ତି ବୃଦ୍ଧି ପାଇଥାଏ ।