ଅଧିକ ଟଙ୍କା ରୋଜଗାର କରିବା ପାଇଁ ଚାହୁଛନ୍ତି କି ? ଆପଣାନ୍ତୁ ଏହି ୭ଟି ବୃତ୍ତି

ସାଧାରଣତଃ ସମସ୍ତେ ଆରାମଦାୟକ ଜୀବନ ବଞ୍ଚିବା ପାଇଁ ଚାହିଁଥାନ୍ତି ଏବଂ ଆଜିର ସମୟରେ ଏଥିପାଇଁ ପର୍ଯ୍ୟାପ୍ତ ଟଙ୍କାର ଆବଶ୍ୟକ ପଡ଼ିିଥାଏ।ଏଣୁ ସମସ୍ତେ ଧନୀ ଘରେ ଜନ୍ମ ଗ୍ରହଣ କରିବା ପାଇଁ ଚାହିଁଥାନ୍ତି ଯାହା ଦ୍ୱାରା ସମସ୍ତ ଇଚ୍ଚା ପୂରା ହୋଇପାରିବ। କିନ୍ତୁ ଆପଣ ଜାଣିଛନ୍ତି ଏପରି ମଧ୍ୟ କିଛି ଚାକିରି ଅଛି ଯାହା ଦ୍ୱାରା ଆପଣ ମଧ୍ୟ ରୋଜଗାର କରିପାରିବେ ବହୁତ ଟଙ୍କା ଏବଂ ବିତାଇ ପାରିବେ ଆରାମଦାୟକ ଜୀବନ। ଆସନ୍ତୁ ଜାଣିବା ସେପରି କିଛି ଉଚ୍ଚ ବେତନ ମିଳୁଥିବା ଚାକିରି ବିଷୟରେ…

୧) ମ୍ୟାନେଜମେଣ୍ଟ ପ୍ରୋଫେସନାଲ୍‌: ପରିଚାଳନା ପେସାଦାର ଯେକୌଣସି ସଂସ୍ଥା ପାଇଁ ଅତ୍ୟନ୍ତ ଆବଶ୍ୟକୀୟ । ଏମାନେ ସଂସ୍ଥାର ସମସ୍ତ ବିଶେଷ କାର୍ଯ୍ୟକୁ ସମ୍ଭାଳି ଥାଏ। ପ୍ରାଥମିକ ସ୍ତରରେ ମ୍ୟାନେଜମେଣ୍ଟ ଚାକିରିରେ କର୍ମଚାରୀଙ୍କୁ ବହୁତ କଷ୍ଟ କରିବା ପାଇଁ ପଡ଼ିଥାଏ କିନ୍ତୁ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ଆପଣ ଅଧିକ ବେତନା ଦାବି କରିପାରିବେ । ଏହି ବୃତ୍ତିର ଆରମ୍ଭ ସ୍ତରରେ ୩୦,୦୦୦ ମଧ୍ୟମ ସମୟରେ ୨୦୦୦୦୦ ଏବଂ ଉଚ୍ଚ ସ୍ତରରେ ୮୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରାଯାଇ ପାରିବ ।

Management Square

୨) ଅର୍ଥ ବିନିଯୋଗ ବ୍ୟଙ୍କର୍ସ (ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍ସ): ଅର୍ଥ ବିନିଯୋଗ ବ୍ୟାଙ୍କର୍ସ କମ୍ପାନକୁ ପୁଞ୍ଜି ନିବେଶ କରିବା ପାଇଁ ପରାମର୍ଶ ପ୍ରଦାନ କରିଥାନ୍ତି। ଏହି ବୃତ୍ତିରେ କର୍ମଚାରୀ ମୋଟା ଅଙ୍କର ଟଙ୍କା ରୋଜଗାର କରିଥାଏ। ଏଣୁ ଏହି ବୃତ୍ତିରେ ଥିବା କର୍ମଚାରୀଙ୍କୁ ‘ମନି ମ୍ୟାନ’ ବୋଲି କୁହାଯାଇଥାଏ। ଏହି ବୃତ୍ତିର ପ୍ରଥମିକ ସ୍ତରରେ ୧୨,୦୦,୦୦୦ , ମଧ୍ୟମ ସ୍ତରରେ ୩୦,୦୦,୦୦୦ ଏବଂ ଉଚ୍ଚ ସ୍ତରରେ ୫୦,୦୦,୦୦୦ ଟଙ୍କା ରୋଜଗାର ହେବାର ସୁଯୋଗ ରହିଛି।

୩ ) ଚାଟାର୍ଡ଼ ଆକାଉଣ୍ଟ : ଚାଟାର୍ଡ଼ ଆକାଉଣ୍ଟମାନଙ୍କର ବ୍ୟବସାୟ ଏବଂ ଆକାଉଣ୍ଟର ଭଲ ଜ୍ଞାନ ରହିଥାଏ । ଭାରତରେ ଏହି ବୃତ୍ତି ବହୁତ ଲୋକ କରୁଥିବା ବେଳେ ଏହି ବୃତ୍ତିର ବହୁତ ଲୋକପ୍ରିୟତା ମଧ୍ୟ ରହିଛି। ତେବେ ଏହି ବୃତ୍ତିର ଜଣେ ପ୍ରଥମିକ ସ୍ତରରେ ୫,୫୦,୦୦୦ , ମଧ୍ୟମ ସ୍ତରରେ ୧୨,୮୦,୦୦୦ ଏବଂ ଉଚ୍ଚ ସ୍ତରରେ ୨୫,୭୦,୦୦୦ ଟଙ୍କା ରୋଜଗାର କରିପାରିବେ ।

HUMAN RESOURCES ONLINE

୪) ତେଲ ଏବଂ ପ୍ରାକୃତିକ ଗ୍ୟାସ ପେସାଦାର (ଅଏଲ ଏବଂ ନ୍ୟାଚୁରାଲ ଗ୍ୟାସ ସେକ୍ଟର ପ୍ରୋଫେସନାଲ) : ଏହା ଏକ ଅଧିକ ରୋଜଗାରକ୍ଷମ ବୃତ୍ତି। ତେଲ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନିରେ ଭୂବିଜ୍ଞାନି , ମେରାଇନ୍‌ ଇଞ୍ଜିନିୟର ଆଦି ବୃତ୍ତି ରହିଥାଏ । ଏହା ବୃତ୍ତିରେ କାର୍ଯ୍ୟ କରିବା ଦ୍ୱାରା ଆପଣ ୧୫-୨୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

୫) ବାଣିଜ୍ୟ ବିଶ୍ଲେଷକ (ବିଜନେସ୍‌ ଆନାଲିଷ୍ଟ): ଭାରତରେ ବଢ଼ୁଥିବା ବାଣିଜ୍ୟ ଏବଂ ଏଥି ମଧ୍ୟରେ ପ୍ରତିଯୋଗିତାରେ ବାଣିଜ୍ୟ ବିଶ୍ଲେଷକଙ୍କର ଆବଶ୍ୟକତା ବହୁତ ରହିଥାଏ। ଏହି ବୃତ୍ତି ପାଇଁ କମ୍ପାନିଗୁଡ଼ିକ ଅଧିକ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ରଖିବା ପାଇଁ ପସନ୍ଦ କରିଥାନ୍ତି। ଏହି ବୃତ୍ତିରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ଅଧିକ ଗଣିତ ଜ୍ଞାନ ଥିବା ସହ ନୂତନ କୌଶଳ ଶିଖିବା ପାଇଁ ଆଗ୍ରହ ଥିବା ଆବଶ୍ୟକ । କର୍ମଚାରୀଙ୍କର ଅଧିକ ବାଣିଜ୍ୟ ଜ୍ଞାନ ରହିବା ଆବଶ୍ୟକ । ଏହାର ଆରମ୍ଭ ସ୍ତରରେ ଆନୁମାନିକ ଆୟ ୬ ଲକ୍ଷରୁ ଅଧିକ ରହିଥାଏ।

୬) ଚିକିତ୍ସା ବୃତ୍ତି (ମେଡ଼ିକାଲ ପ୍ରୋଫେସନାଲ ): ଚିକିତ୍ସା ଏକ ଏପରି ବୃତ୍ତି ଯାହା କେବେ ମାନ୍ଦା ପଡ଼ିନଥାଏ । ଏହି ବୃତ୍ତିରେ ଆରାମ ମିଳିବା ସହ ରୋଜଗାର ମଧ୍ୟ ଖୁବ ଭଲ ରହିଥାଏ । ଏହି ବୃତ୍ତିରେ ପ୍ରାଥମିକ ସ୍ତରରେ ୪,୮୦,୦୦୦ , ଜେନେରାଲ ସର୍ଜନ ୮,୧୦,୦୦୦ ଏବଂ ଡ଼ାକ୍ତର ୧୭,୦୦,୦୦୦ ଟଙ୍କା ରୋଜଗାର କରିପାରିଥାନ୍ତି।

neuropsychiatrichospitals.net

୭) ମାର୍କେଟିଙ୍ଗ ପେସାଦାର : ମାର୍କେଟିଂ ବୃତ୍ତି ଏକ କଳା ଏବଂ ଯଦି ଆପଣ ଏହି କଳାରେ ନିପୁଣ ଅଛନ୍ତି ତେବେ ବହୁ ପରିମାଣର ଅର୍ଥ ରୋଜଗାର କରିପାରିବେ। ଏହି ବୃତ୍ତିରେ ସଠିକ ଜ୍ଞାନ ଆପଣଙ୍କୁ କମ୍ପାନିର ସିଇଓ ପଦ ହାସଲ କରିବାରେ ସାହାଯ୍ୟ କରିବ । ଏହି ବୃତ୍ତିର ପ୍ରଥମ ସ୍ତରରେ ୧,୫୦, ୦୦୦ , ମଧ୍ୟମ ସ୍ତରରେ ୫,୦୦,୦୦୦ ଏବଂ ଉଚ୍ଚ ସ୍ତରରେ ୧୦,୦୦,୦୦୦ ଟଙ୍କା ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିବେ ।

ସମ୍ବନ୍ଧିତ ଖବର