ପ୍ରଫୁଲ୍ଲିତ ରହିବାକୁ ଚାହାଁନ୍ତି ତ , ଆପଣାନ୍ତୁ ଏସବୁ ଅଭ୍ୟାସ!

ଆପଣ କ’ଣ ଅନୁଭବ କରୁଛନ୍ତି ଯେ,ସବୁଥାଇ ବି ଆପଣ ଦୁଃଖିତ ଅଛନ୍ତ?ଯଦି ଏଭଳି ଘଟୁଥାଏ,ତେବେ ଭଲ ଅଭ୍ୟାସ ଦ୍ୱାରା ଆନନ୍ଦର ସନ୍ଧାନ ପାଇପାରିବେ।
୧- ସମସ୍ତଙ୍କୁ ଭଲ ପାଆନ୍ତୁ,କାହାରିକୁ ଘୃଣା କରନ୍ତୁ ନାହିଁ। ଏହାକୁ କେବଳ ନିଜ ମଧ୍ୟରେ ସୀମିତ ରଖନ୍ତୁ ନାହିଁ।
୨-ସର୍ବଦା ହସ ହସ ମୁହଁ ଦେଖାନ୍ତୁ।
୩-ଗଠନମୂଳକ କାମରେ ମନୋନିବେଶ କରନ୍ତୁ। ନଷ୍ଟ ନ କରି ଗଢ଼ିବା ଉପରେ ଗୁରୁତ୍ୱ ଦିଅନ୍ତୁ।
୪-ଯେ କୌଣସି ପରିସ୍ଥିତିରେ ବି କୌଣସି ସମସ୍ୟାରୁ ଦୂରେଇ ନ ଯାଇ ବରଂ ସମାଧାନ ଲାଗି ଚେଷ୍ଟା କରନ୍ତୁ।
୫-ଅନ୍ୟ ନାଆଁରେ ଦୁର୍ନାମ ନ ରଚି ,ବରଂ ତା’ର ଭଲ କାମର ପ୍ରଶଂସା କରନ୍ତୁ।
୬-ଅନ୍ୟଠୁଁ ନେବା ଅପେକ୍ଷା ଦେବାରେ ଅଭ୍ୟାସ କରନ୍ତୁ।
୭- ଅନ୍ୟର ଭଲ ନ କଲେ ବି କ୍ଷତି କରିବାରୁ ନିବୃତ୍ତ ରୁହନ୍ତୁ।
୮-ବିଳମ୍ବ ନକରି ଭଲ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଦିଗରେ ଅଗ୍ରସର ହୁଅନ୍ତୁ।


୯-ହତାଶ ନ ହୋଇ ପ୍ରାର୍ଥନା ଉପରେ ଗୁରୁତ୍ୱ ଦିଅନ୍ତୁ।
୧୦-କାହାରି ଉପରେ କଠୋର ହେବା ପରିବର୍ତ୍ତେ କ୍ଷମା ଦେବା ଉପରେ ଗୁରୁତ୍ୱ ଦେଲେ ବି ଆପଣ ପ୍ରଫୁଲ୍ଲିତ ରହିବେ।

ସମ୍ବନ୍ଧିତ ଖବର