ଆମେ ଅନେକ ସମୟରେ ଭଲଭାବେ ହାତ ଧୋଇବା ଉପରେ ଗୁରୁତ୍ୱ ଦେଇ ନଥାଉ। ଆମେ ଏହାକୁ ଖାମଖିଆଲି ଢ଼ଙ୍ଗରେ ନେଇଥାଉ। କିନ୍ତୁ ଏହାର କୁପରିଣାମ ଯେ ଆମକୁ ହିଁ ଭୋଗିବାକୁ ପଡ଼ିବ ଏକଥା ଭୁଲିଯାଉ। ମନେ ରଖନ୍ତୁ ଖାଇବା ପୂର୍ବରୁ,ପରେ,ଟଏଲେଟ୍ ଯିବା ପରେ,ଯଦି ହାତକୁ ଭଲ ଭାବେ ନ ଧୁଅନ୍ତି,ତେବେ ଦେହରେ ଥଣ୍ଡା ଧରିପାରେ। ଏଣୁ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ଦରକାର ।
ଯେଉଁମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ,ସେମାନେ ଶୀଘ୍ର ଥଣ୍ଡାର ଶିକାର ହୋଇପାରନ୍ତି। ଯଦି ଆପଣଙ୍କ ଶରୀରରେ ଜଳର ମାତ୍ରା ଠିକ୍ ନଥାଏ,ତେବେ ବି ଆପଣ ସହଜରେ ଥଣ୍ଡା ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି।
/sambad/media/post_attachments/wp-content/uploads/2018/12/hand-washing-wide.jpg)
ଯଦି କୌଣସି ସାମଗ୍ରୀ ପ୍ରତି ଆପଣଙ୍କର ଆଲର୍ଜି ରହିଛି,ଏବଂ ତା’ର ଉପଯୋଗ ବି ଆପଣ କରୁଛନ୍ତି,ତେବେ ଥଣ୍ଡା ହେବାର ଆଶଙ୍କା ବଢିଯାଏ। ଏସବୁ କାରଣ ଯୋଗୁଁ ବି ଥଣ୍ଡା ଧରିଥାଏ। ଯଦି ଏହି ସମସ୍ୟା ସାତ ଦିନ ଭିତରେ ଠିକ୍ ହୋଇ ନଥାଏ,ତେବେ ଏହାର ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/toiletfoot-3.jpg)