ମୁମ୍ବାଇ: ପୁତ୍ର ଆକାଶ ଅମ୍ବାନୀ ଓ ଭାବି ବଧୂ ଶ୍ଳୋକାଙ୍କ ନିର୍ବନ୍ଧ ଉତ୍ସବରେ ନୀତା ଅମ୍ବାନୀ ଏକ ବଲିଉଡ୍ ଗୀତରେ ଠୁମ୍କା ଲଗାଇ ଏବେ ବେଶ ଚର୍ଚ୍ଚାରେ। ଭାରତନାଟ୍ୟମ ନୃତ୍ୟଶିଳ୍ପୀ ନୀତା ‘କାଇ ପୋ ଚେଇ’ ଚଳଚ୍ଚିତ୍ରର ଶୁଭାରମ୍ଭ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶ୍ରୀମତୀ ଅମ୍ବାନୀ, ୫୪ ମରୁମ୍ ଅବୁ ଜାନି ସନ୍ଦୀପ ଖୋସ୍ଲା ଶାଢ଼ି ପିନ୍ଧି ଗୁଜୁରାଟୀ ଶୈଳୀର ନୃଶ୍ୟ ପ୍ରଦର୍ଶନ କରିଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଛି।
ସୋସିଆଲ୍ ମିଡିଆରେ ଆଉ ଏକ ଭିଡିଓ ବି ନିକଟରେ ଭାଇରାଲ୍ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଆକାଶ ଅମ୍ବାନୀଙ୍କ ଯାଆଁଳା ଭଉଣୀ ଈଶା ଆରତୀ ଥାଳି ଧରି ଆକାଶ ଓ ଶ୍ଳୋକାଙ୍କୁ ବନ୍ଦାପନା କରୁଛନ୍ତି। ବାକ୍ଗ୍ରାଉଣ୍ଡ୍ରେ ଏକ ଗୁଜୁରାଟୀ ଗୀତ ବାଜୁଥିବାର ଶୁଣିବାକୁ ମିଳୁଛି। ଶ୍ଳୋକା ସେହି ସମୟରେ ଈଶାଙ୍କ ପାଦ ଛୁଉଁଥିବାର ଦେଖିବାକୁ ମିଳିଛି। ତା’ପରେ ଏହି ନଣନ୍ଦ-ଭାଉଜ ପରସ୍ପରଙ୍କୁ ଆଲିଙ୍ଗନ କରୁଛନ୍ତି।
ଏହି ଗ୍ରାଣ୍ଡ୍ ପାର୍ଟି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇରେ ଥିବା ୨୭ ମହଲା ବିଶିଷ୍ଟ ଘରେ ଆୟୋଜିତ ହୋଇଯାଇଛି। ଏହି ପାର୍ଟିରେ ନାମୀଦାମ କ୍ରିକେଟ୍ ତାରକା ଓ ସିନେ ତାରକା ଆଦି ଦେଖିବାକୁ ମିଳିଥିଲେ।
ବୁଧବାର ସଂଧ୍ୟାରେ ଆକାଶ ଓ ଶ୍ଳୋକାଙ୍କର ମେହେନ୍ଦୀ ଉତ୍ସବ ହୋଇଯାଇଛି। ଆକାଶ ଓ ଶ୍ଳୋକା ପିଲାଦିନର ସାଙ୍ଗ ବୋଲି ଜାଣିବାକୁ ମିଳିଛି। ସେମାନଙ୍କ ନିର୍ବନ୍ଧ ପୂର୍ବରୁ ଥରେ ମାର୍ଚ ମାସରେ ହୋଇ ସାରିଥିଲା। ସେହିପରି ଆକାଶଙ୍କ ସାନ ଭଉଣୀ ଈଶା ଓ ଆନନ୍ଦ ମେ ମାସରେ ସଂପର୍କରେ ବାନ୍ଧି ହୋଇଛନ୍ତି। ଆକାଶଙ୍କ ବିବାହ ପରେ ଈଶାଙ୍କ ବିବାହ ପାଇଁ ମୁକେଶ ଅମ୍ବାନୀ ଯୋଜନା ରଖିଛନ୍ତି।