ଟିଭି ଦେଖିବାକୁ ଅଧିକାଂଶ ଲୋକ ଭଲ ପାଆନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଯେ କ୍ଷତିକାରକ , ଏକଥା କମ୍‌ ଲୋକ ଜାଣନ୍ତି । ବେଶୀ ସମୟ ଧରି ଟିଭି ଦେଖିଲେ ମଧୁମେହ, ମେଦ ବହୁଳତା ଓ ହୃଦ୍‌ରୋଗ ଆଦିର ଶିକାର ହୋଇପାରନ୍ତି । ଖାଲି ସେତିକି ନୁହେଁ ଦୀର୍ଘ ସମୟ ଧରି ଟେଲିଭିଜନ ସାମ୍ନାରେ ବସିବା ଦ୍ୱାରା ବ୍ଲଡ୍‌ କ୍ଲଟିଂ ଭଳି ସମସ୍ୟା ବି ଉପୁଜିବାର ଆଶଙ୍କା ୭୦ ପ୍ରତିଶତ ବୃଦ୍ଧି ପାଇଥାଏ ।

Advertisment

ବୈଜ୍ଞାନିକମାନେ ଏଇ ନିକଟରେ କରିଥିବା ଗବେଷଣାରୁ ଜାଣିପାରିଛନ୍ତି ଯେ ଦୀର୍ଘ ସମୟ ଧରି ଟିଭି ଦେଖିଲେ ବେନସ ଥ୍ରା ସମ୍ବୋ ଏମ୍ବୋଲିଜିମ୍‌ ( ବି ଟି ଇ) ର ଶିକାର ହେବାର ଆଶଙ୍କା ରହିଛି । ଏହା ରକ୍ତ ଜମାଟ ବାନ୍ଧିବା ଫଳରେ ହୋଇଥାଏ ।
ଆମେରିକାର ଗବେଷକମାନେ ଯେଉଁ ଲୋକମାନେ ନିୟମିତ ଭାବେ ଦୀର୍ଘ ସମୟ ଯାଏଁ ଟିଭି ଦେଖୁଛନ୍ତି, ସେମାନଙ୍କ ଉପରେ ଗବେଷଣା କରିଥିଲେ । ଏଥିରେ ୪୫ ରୁ ୬୪ ବର୍ଷ ବୟସ୍କ ଲୋକଙ୍କୁ ସାମିଲ କରାଯାଇଥିଲା । ସେଥିରୁ ନିଷ୍କର୍ସ ବାହାରିଥିଲା ଯେ ଏମାନଙ୍କଠାରେ ବିଟିଇ ହେବାର ଆଶଙ୍କା ୧.୮ ଗୁଣ ଅଧିକ । ଆମେରିକାର ବରମୋଣ୍ଟ୍‌ ୟୁନିଭରର୍ସିିଟିର ମେରୀ କୁଶମ୍ୟାନ୍‌ଙ୍କ ଅନୁଯାୟୀ ଯଦି ଶୋଇ ଟିଭି ଦେଖୁଥାଆନ୍ତି, ତେବେ ବି.ଟି ଇ ର ଆଶଙ୍କା ଅଧିକ । ତେବେ ଟିଭି ଦେଖିବାର ଅଧ ଘଣ୍ଟା ଅନ୍ତରାଳରେ ଯଦି ବୁଲାଚଲା କରନ୍ତି, ତେବେ ବିଟିଇର ଆଶଙ୍କା ହ୍ରାସ ପାଇଥାଏ ।

publive-image photo-amarujala.com

ଏଣୁ ସୁସ୍ଥ ଓ ସନ୍ତୁଳିତ ଆହାର ଗ୍ରହଣ କରିବା ଆବଶ୍ୟକ । ଆମେରିକାର ହୃଦ୍‌ରୋଗ ଓ ନାଡ଼ି ବିଶେଷଜ୍ଞ ପ୍ରଫେସର୍‌ ମାର୍କ କ୍ରେପେର୍‌ଙ୍କ ଅନୁଯାୟୀ ଚଉକିରେ ବସି ଟିଭି ଦେଖିଲେ ବି ବିପଦ ରହିଛି , କାରଣ ଏହି ସମୟରେ ପାଦ ବି ହଲେ ନାହିଁ । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ କେବଳ ୧୫ ରୁ ୨୦ ମିନିଟ୍‌ ଯାଏଁ ଅଧିକ ଟିଭି ଦେଖିବା ଅନୁଚିତ ।
ଅଧିକ ସମୟ ଧରି ଟିଭି ଦେଖିଲେ ଭଲ ନିଦ ହୁଏ ନାହିଁ । ଏହି କାରଣରୁ ପକ୍ଷଘାତର ସମସ୍ୟା ବି ଉପୁଜି ପାରେ ବୋଲି କୁହାଯାଇଛି । ଏହା ମାନସିକ ଚାପ ଓ ହୃଦ୍‌ଘାତର ଆଶଙ୍କା ବି ରହିଥାଏ ।