ଏହି ୭ଟି ଲକ୍ଷଣ ଦେଇଥାଏ ଶରୀରରୁ ଜଳୀୟଅଂଶ କମିବାର ସଙ୍କେତ

ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ । ମଣିଷ ଶରୀର ପ୍ରାୟ ୭୦ ପ୍ରତିଶତ ପାଣିରେ ତିଆରି ହୋଇଥିବା ବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ଯଦି ଆପଣଙ୍କ ଶରୀରରେ ପାଣିର ଭାଗ କମିବାକୁ ଲଗେ ତେବେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଆରମ୍ଭ ହୋଇଥାଏ । ଏଥିଲାଗି ଡାକ୍ତର ପ୍ରତିଦିନ ୮-୧୦ଗ୍ଲାସ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଶରୀରରେ ପାଣିର ଅଭାବ ହେଲେ ଅନେକ ଲକ୍ଷଣ ଦେଖା ଯାଇଥାଏ । ଯାହାକୁ ଆପଣମାନେ ଅଣଦେଖା କରି ଦେଇଥାନ୍ତି । ଆସନ୍ତୁ ଜାଣିବା ସେ ବିଷୟରେ…

୧.ଯଦି ଆପଣଙ୍କ ହଳଦିଆ ପରିଶ୍ରା ହେଉଛି ବା ପରିଶ୍ରାରୁ ଖରାପ ଗନ୍ଧ ବାହାରୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଯଦି ଏଭଳି ସମସ୍ୟା ହେଉଛି ତେବେ ଆପଣଙ୍କ ଶରୀରରେ ପାଣିର ଅଂଶ କମ ହୋଇଯାଇଛି ବୋଲି ଜାଣି ନିଅନ୍ତୁ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

Related image
triciard.com

୨.ଯଦି ଆପଣଙ୍କ ପାଟିରୁ ଛେପ ନ ବାହାରିବା ସହ ପାଟିରୁ ଦୁର୍ଗନ୍ଧ ବାହାରୁଛି, ତେବେ ଆପଣଙ୍କ ଶରୀରରେ ପାଣିର ଭାଗ କମ ହୋଇଯାଇଛି ବୋଲି ଜାଣି ନିଅନ୍ତୁ । ଛେପ ଦ୍ୱାରା ପାଟିରୁ ବ୍ୟାକ୍ଟେରିଆ ବାହାରି ଯାଇଥାଏ । କିନ୍ତୁ ଶରୀରରେ ଜଳୀୟଅଂଶ କମ ହେବାରୁ ଛେପ ନ ବାହାରି ପାଟିରୁ ଦୁର୍ଗନ୍ଧ ବାହାରିବାକୁ ଲାଗିଥାଏ ।
୩.ଶରୀରରେ ଜଳୀୟଅଂଶ କମ ହେଲେ ଆଣ୍ଠୁଗଣ୍ଠି ବ୍ୟଥା ଆରମ୍ଭ ହୋଇଥାଏ । ଶରୀରରେ କାର୍ଟିଲେଜ୍‌ ଏବଂ ପଞ୍ଜରା ହାଡ଼ର ନିର୍ମାଣରେ ପାଣିର ଭୂମିକା ୮୦ପ୍ରତିଶତ ହୋଇଥାଏ । ସେଥିପାଇଁ ଖାସ୍‌ କରି ଖରା ଦିନେ ଆପଣଙ୍କ ଆଣ୍ଠୁଗଣ୍ଠି ବ୍ୟଥା ହେଉଥିଲେ ଶରୀରରେ ଜଳୀୟଅଂଶ କମ ଥିବା ଜାଣି ନିଅନ୍ତୁ ।
୪.ଚର୍ମ ଶୁଷ୍କ ହେବାର ସମସ୍ୟା ଶୀତଦିନେ ଦେଖା ଯାଇଥାଏ । କିନ୍ତୁ ଯଦି ଆପଣଙ୍କର ଚର୍ମ ଖରାଦିନେ ମଧ୍ୟ ଶୁଷ୍କ ହେବାକୁ ଲାଗୁଛି ତେବେ ଶରୀରରେ ଜଳୀୟଅଂଶ କମ ଅଛି ବୋଲି ଜାଣି ନିଅନ୍ତୁ ।

ସମ୍ବନ୍ଧିତ ଖବର