ଏମିତି ପିଅନ୍ତୁ ପାଣି: ଔଷଧ ଭଳି କାମ କରିବ !

ଶରୀର ପାଇଁ ଭୋଜନ ଅପେକ୍ଷା ଜଳ ଅଧିକ ମହତ୍ତ୍ୱ ରଖେ। ପାଣି କମିଲେ, ଜୀବନ ସଂକଟଗ୍ରସ୍ତ ହୋଇପାରେ। ବିଭିନ୍ନ ପରିସ୍ଥିତିରେ ପିଆଯାଉଥିବା ପାଣି, ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପାଣିର ପ୍ରୟୋଗ କେଉଁ ପରି କରିବା, ଆସନ୍ତୁ ଜାଣିବା।u ପ୍ରତି ଦିନ ସକାଳେ ଖାଲି ପେଟରେ ପାଣି ପିଇଲେ, ପେଟର ବହୁ ସମସ୍ୟା ଦୂରହୁଏ। ପ୍ରଥମ ଗ୍ଲାସ୍‌ ପାଣିରେ ଏକ ଚାମଚ ମହୁ, ଏକ ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଚମକ ବଢ଼େ। ମେଦହ୍ରାସ ହୁଏ।
u ଭୋଜନ ସମୟରେ ପାଣି ପିଇବା ଅନୁଚିତ। ଏହା ଦ୍ୱାରା ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ।
u ସର୍ବଦା ଆରାମରେ ବସି ପାଣି ପିଅନ୍ତୁ। ତରବର ହୋଇ, ଛିଡ଼ାହୋଇ ପିଅନ୍ତୁନାହିଁ। ଶୋଷ ଲାଗୁ ନ ଥିଲେ ପାଣି ପିଅନ୍ତୁନାହିଁ। ଶୋଷ ଲାଗିଲେ ଏବଂ ଖାଲି ପେଟ ଥିଲେ, ପିଅନ୍ତୁ।

Aussie Natural Spring Water

u ଗଣ୍ଠି ବା ସନ୍ଧି ପ୍ରଦାହ ହେଲେ, ଗରମ ପାଣି ପିଅନ୍ତୁ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୁଏ।
u ଶୀତଦିନେ ପାଣି ପିଇବା କମାନ୍ତୁନାହିଁ। ସରଦି କାଟିବା ପାଇଁ ଅଧିକ ପାଣି ପିଇବା ଉଚିତ। ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ, ଉପକାର ମିଳେ। ଅମ୍ଳ ଦୋଷ ଦୂର ପାଇଁ ମଧ୍ୟ ଉଷୁମ ପାଣି ଉପକାରୀ।
u ପେଟ କାଟୁଥିଲେ, ଚାହା ଶୋଷି ପିଇବା ଭଳି ପାଣି ପିଅନ୍ତୁ।
u ଗରମ ଖାଦ୍ୟ ସହ ଥଣ୍ଡା ପାଣି ପିଅନ୍ତୁନାହିଁ। ଖରାଦିନେ ମାଠିଆ ପାଣି ଭଲ।

ସମ୍ବନ୍ଧିତ ଖବର