ଗର୍ଲଫ୍ରେଣ୍ଡଙ୍କ ସହ ଓ୍ଵାଟର୍‌ ପାର୍କକୁ ଯାଉଛନ୍ତି କି?

ଆସିଗଲା ଖରାଦିନ। ଏବେ ବୟଫ୍ରେଣ୍ଡ ନିଜର ଗର୍ଲ ଫ୍ରେଣ୍ଡଙ୍କ ସହ ଶୀତତାପ ନିୟନ୍ତ୍ରିତ ସିନେମା ହଲରେ ଯାଇ ସମୟ ବିତାଇବାରେ ସୁଖ ମଣନ୍ତି। ଆଉ ଗର୍ଲଫ୍ରେଣ୍ଡଙ୍କ ସହ ଓ୍ଵାଟର୍‌ ପାର୍କକୁ ଯାଇ ମସ୍ତି କରିବାକୁ ବେଳେ ବେଳେ ପ୍ରେମିକ ଭଲ ପାଆନ୍ତି । ହେଲେ ଯଦି ଗର୍ଲଫ୍ରେଣ୍ଡଙ୍କ ସହ ଓ୍ଵାଟର୍‌ ପାର୍କକୁ ଯାଉଛନ୍ତି ତେବେ ଟିକେ ସାବଧାନ ଏବଂ ସତର୍କ ରହିବା ଦରକାର । ଆସନ୍ତୁ ଜାଣିବା ଓ୍ଵାଟର୍‌ ପାର୍କରେ କ’ଣ କରିବା ଅନୁଚିତ । ସେଥିପ୍ରତି ଧ୍ୟାନ ଦିଅନ୍ତୁ ,ଦେଖିବେ ଅସୁବିଧାରେ ପଡ଼ିବେ ନାହିଁ।

୧- ଅଶାଳୀନ ପୋଷାକ ପିନ୍ଧନ୍ତୁ ନାହିଁ। କାରଣ ଏହାଦ୍ୱାରା ସମସ୍ତଙ୍କ କାମୁକ ଦୃଷ୍ଟି ଆପଣଙ୍କ ଗର୍ଲଫ୍ରେଣ୍ଡଙ୍କ ଉପରେ ପଡ଼ିବ।
୨-ଗର୍ଲଫ୍ରେଣ୍ଡଙ୍କ ସହ ଓ୍ଵାଟର୍‌ ପାର୍କକୁ ଯାଇ ମସ୍ତି କରିବା ବେଳେ ଅନ୍ୟ କାହା ସଂପର୍କରେ ଖରାପ ଟିପ୍ପଣୀ କରନ୍ତୁ ନାହିଁ । ଏହା ସେଠାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିପାରେ।

photo-puretopollensa

୩-ଆପଣ କେବଳ ନିଜର ତଉଲିଆ ବ୍ୟବହାର କରନ୍ତୁ । ଅନ୍ୟର ତଉଲିଆ ବ୍ୟବହାର କରିଲେ ରୋଗ ସଂକ୍ରମଣର ଶିକାର ହୋଇପାରନ୍ତି ।

ସମ୍ବନ୍ଧିତ ଖବର