ତରଭୁଜ ହେଉଛି ଏକ ପୁଷ୍ଟିକର ତଥା ସ୍ୱାଦିଷ୍ଟ ଫଳ। ଏ କଥା ସମସ୍ତେ ଜାଣନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ତରଭୁଜର ମଞ୍ଜି ମଧ୍ୟ ଖୁବ୍ ପୁଷ୍ଟିକର । ଏହା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ତରଭୁଜ ମଞ୍ଜିରେ ପ୍ରଚୁର ମାତ୍ରାରେ ଆଇରନ୍ ,ଜିଙ୍କ୍, ପ୍ରୋଟିନ୍ ଓ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ମଧ୍ୟ ମିଳିଥାଏ। ଏହା ହୃଦ୍ ରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ। ଏହା ଛଡ଼ା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ତରଭୁଜ ମଞ୍ଜିରେ କମ୍ କ୍ୟାଲୋରି ଥିବା ହେତୁ ଏହାର ସେବନ ସ୍ୱାସ୍ଥ୍ୟପ୍ରଦ। ମୁଠାଏ ତରଭୁଜ ମଞ୍ଜିରେ ୦.୨୯ ଗ୍ରାମ୍ ଆଇରନ୍ ଥାଏ।ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଖାଲି ସେତିକି ନୁହେଁ, ତରଭୁଜ ମଞ୍ଜି ଖାଇଲେ ଓଜନ ମଧ୍ୟ ହ୍ରାସ ପାଇଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ତରଭୁଜ ମଞ୍ଜି ଅତ୍ୟନ୍ତ ଉପକାରୀ। ଏହା ଗର୍ଭାବସ୍ଥାର ବିଭିନ୍ନ ସମସ୍ୟାକୁ ଦୂରେଇ ଥାଏ। ତରଭୁଜ ମଞ୍ଜିରେ ଫଲିକ୍ ଏସିଡ୍ ପ୍ରଚୁର ପରିମାଣରେ ରହିଛି। ଏହା ହୃଦ୍ଘାତରୁ ରକ୍ଷା କରିଥାଏ।